STORYMIRROR

Madhabi Patel

Romance

3  

Madhabi Patel

Romance

ଚାଲ ଜଳିବା

ଚାଲ ଜଳିବା

1 min
164


ଚାଲ ଦୁଇଜଣ ଜଳିବା ଏକା ସାଥିରେ

ସାଥିହୋଇ ଚାଲିବା ଜୀବନର

ଖାଲଢିପ ଅଂକାବଂକା ରାସ୍ତା |

ତୁମେ ଶୁଣେଇବ ତୁମ ମନର କବିତା

ମୁଁ ମାପୁଥିବି ତୁମ ଭଲପାଇବାର ଗଭୀରତା |

ତୁମେ ହସୁଥିବ ତୁମ ମନଖୋଲା ହସ

ମୁଁ ଉଡୁଥିବି ପ୍ରଜାପତିଟିଏ ହୋଇ |

ତୁମେ ଗାଉଥିବ ପ୍ରୀତିର ଗଜଲ୍

ଆଉ ମୁଁ ବହୁଥିବି ହୋଇ

ଏକ ଉତ୍ଶୃଂଂଖଳ ନଈ |

ତୁମେ ଦେଉଥିବ ତୁମର ଆଶ୍ଲେଷ

ବରଫ ପରି ତରଳୁଥିବି ମୁହିଁ |

ତୁମ କୋଳେ ମୁଣ୍ଡ ରଖିଦେଇ

ଚିରକାଳ ପାଇଁ ଶାନ୍ତିରେ ଯିବି ଶୋଇ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance