STORYMIRROR

Jyochhna rani Devi

Inspirational

4  

Jyochhna rani Devi

Inspirational

ବୟସର ଅପରାହ୍ନ

ବୟସର ଅପରାହ୍ନ

1 min
336

ସ୍ନେହ ଆଉ ମମତାର ଅସରନ୍ତି ମୂଲ

   ବୟସର ଅପରାହ୍ନେ ସାଜେ ନିଆଁଝୁଲ

    ରୁକ୍ଷ ଆଉ କଠୋର ପଣିଆ

ମାନବିକତା ବୁକୁରେ ସାଜଇ ବଣିଆ

ଭେଲ ଦେଇ ଭଲ ଦେହେ ପୁଟ

କଷଟି ପାଷାଣ ସାଜି ପରଖଇ

   ପିତାମାତା ହୃଦ ଆଉ ଘଟ ।


ଵୟସର ଅପରାହ୍ନେ ଟିକିଟିକି ହାତ

 ଉଠିଯାଇ ଛୁଇଁଯାଏ ଆକାଶର ଛାତ

   ଧରା ଆଉ ସହନଶୀଳତା

ହାରିଯାଏ ମରିଯାଏ ହୋଇଯାଏ ପିତା

   ତିକ୍ତ ଲାଗେ ସବୁ ମିଠାଫଳ

ଲବଣାକ୍ତ ପାଣିଚିଆ ହୋଇଯାଏ

  ଝୁଲ୍ ହାତୀ ଝୁଲ୍ ଦୋଳିଖେଳ ।


ଝରିପଡେ ଦେହମୁଣ୍ଡୁ ସବୁଜ ପତର

 ଫୁଲଫଳ ଝଡିଯାଏ ବାସେନା ଅତର

   ବଯସର ଅପରାହ୍ନ ଇଏ

ଭଣଭଣ ମାଛିବସେ ପୂଜରକ୍ତ ବହେ

  ପୋଛିବାକୁ ଆସେନି କା' ହାତ

ଯେଉଁ ହାତ ପୋଛୁଥିଲା ନିର୍ବିକାରେ

  ଦୁର୍ଗନ୍ଧରେ ଭରା ମଳମୂତ୍ର ।


ଜହ୍ନ ରାଇଜରୁ ଆଣି ସୁନାର କୁଲେଇ

  ଦେବାପାଇଁ ଦିବାରାତ୍ର ଗନ୍ଧର୍ବ ସାଜଇ

  ବୟସର ଅପରାହ୍ନେ କିଏ

ଦେବାପାଇଁ ତା'ର ମୂଲ ଆଗୁସାର ହୁଏ

  ଫୁରୁଫୁରୁ କେଶରାଶି ଦେହେ

ଦେବାପାଇଁ ତେଲଟିକେ ଶରଧାରେ

 କିଏ କାହିଁ ଧାଇଁ ଆସି କହେ ।


ଦିନ ପରେ ରାତି ଆସେ ବାସଫୁଲ ଦେହେ

 ଝରାଫୁଲ ରୂପରଙ୍ଗ ହାରି ଝାସ ଦିଏ

    ଶାମୁକାର ଗରଭରୁ ଆସି

ମୋତି ହସେ, ଭୁଲିଯାଏ ତା'ର ଜାତ ରାଶି

   ବୟସର ଅପରାହ୍ନ ଆସି

କେତେବେଳେ କାହା ଆଗେ ଉଭା ହେବ

  ସେଥିପାଇଁ ସାବଧାନେ ନ ହୁଅରେ ଖୁସି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational