STORYMIRROR

KUMUDA CHANDRA DALEI

Inspirational

3  

KUMUDA CHANDRA DALEI

Inspirational

ବ୍ୟକ୍ତିତ୍ୱ

ବ୍ୟକ୍ତିତ୍ୱ

1 min
13.2K


ଜୀବନଟା ଏକ ପ୍ରଷ୍ପୁଟିତ ଫୁଲ

ବ୍ୟକ୍ତିତ୍ୱ ତାର ସୁଗନ୍ଧ

ସେହି ସୁଗନ୍ଧଟି ଆମୋଦିତ କରେ

ବହେ ଯଦି ମନ୍ଦ ମନ୍ଦ...

ରକ୍ତ ମାଂସ ଧାରୀ ମଣିଷ ଦେହଟା

କିବା ଅଟେ ପ୍ରୟୋଜନ

ୟଦି ସେ ମଣିଷ ପାଖରେ ନଥିବ

ମଣିଷ ପଣିଆ ଜ୍ଞାନ...

ଜନ ଦରବାର କଷଟି ପଥର

ମଣିଷ ଜୀବନ ପାଇଁ

ସେ ପଥର ଦେହେ ଘସି ମାଜି ହେଲେ

ବ୍ୟକ୍ତିତ୍ୱ ଫୁଟି ଉଠଇ

ଦୁନିଆ ହାଟରେ ଭରି ରହି ଅଛି

ସୁଖ, ଦୁଃଖ ରାଗ ରୋଶ

କୁଲାଟିଏ ପରି ପାଛୁଡଇ ଯିଏ

ସେହି ଅଟେ ସୁପୁରୁଷ...

ସମୟର ପ୍ରତି କ୍ଷଣ ପ୍ରତିକ୍ଷଣ

କଲେ ସତ୍ ଉପଯୋଗ

ଜ୍ଞାନ, ମାନ, ଧନ ଆଦର ସମ୍ମାନ

ହୁଅଇ ତାହାକୁ ଯୋଗ...

ଜନମ, ମରଣ ଦୁଇଗୋଟି ସତ୍ୟ

ଅବଧି ଜୀବନ ଖେଳ

ଗୋଟିଏ ଜନନୀ ଆନ ଜନ୍ମଭୂମି

ଅନ୍ତିମ ଜନନୀ କୋଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational