STORYMIRROR

Manaswinee Dash

Comedy

3  

Manaswinee Dash

Comedy

ବୁଲି ଯାଇଥିଲି ମଲ୍

ବୁଲି ଯାଇଥିଲି ମଲ୍

1 min
227


ଯାଇଥିଲି ମୁଇଁ ମୁମ୍ବାଇ ମହାନଗରୀ, 

ନାତନୀ କହଲା ଚାଲ ଅଜା ଆସମା ମଲ୍ ବୁଲିକରି, 

କେଡେ ନି କେଡେ ମହଲ୍ ବାଗିର୍,

ଦେଖିଲି ଆଏଖ୍ ପେର୍ରେଇ କରି। 


କାଚ୍ ଗୁଟେ ପାଖେ ଠାଡ୍ ହେଇକରି ଦେଖୁଥିଲି, 

ସେ କାଚ୍ ଅପନେ ଆପ୍ ଗଲା ଖୁଲି,

ଭିତରେ ପଶଲାକେ ଦେଖଲି,

ତାର ତାର ଉପରେ ଦୁକାନ୍ ଲଦି ହେଇଛେ ଖାଲି।


ଯେନ ଆଡକେ ଦେଖଲେ ଆଏଖ୍ ବୁଲେଇ, 

ଲୋକ ଯାଉଛନ୍ ସଲବଲେଇ, 

କେନସି ଟିକେ ଜାଗା ନାଲି ନାଇଁ ଦେଖଲି, 

ସେନ କାଁ ଦୁକାନ୍ ନାଇନ କହି ନାଇଁ ପାରେ ମୁଇଁ। 


ଜାନିଥିଲି ଚଢବାକେ ପଡସି ସିଢି,

ହେଲେ ଇନତ ଠାଡ୍ ହେଲାକେ ସିଢି ନିଜେ ଗଲା ଚଢି, 

ଉପରେ ଜଲଦି ଗୋଡ୍ ନି ପାରଲି କାଢି , 

ପେଲେଇ ହେଇ ତଲେ ଗଲି ପଡି। 


ଉପର ମହଲା ଯିବାର୍ ଲାଗି ପଶୁ ଗୁଟେ କୁଠାକେ, 

ଚାଲ ଲା ସର୍ କରି ସୁଇଚ୍ ଗୁଟେ ଦେଲା କେ , 

ଡର୍ ଲାଗୁଥିଲା ମୋର୍ ମନକେ, 

ହେଲେ ନାଇଁ କହି ମୁଇଁ କାହାକେ। 


ଯେନ ଦେଖ ଜଲୁଛେ ଖାଲି ଲାଇଟ୍ ମାନେ, 

ରଂଗ୍, ରଂଗ ଭରା ଲାଇଟ୍ ନି ଦେଥି ଥାଇ ସପନେ, 

ବୁଆଗୋ ଭାବି ନି ଥାଇ ଦିନେ, 

ହେନତା ଜାଗା ଦେଖମି ବଲି ଇ ଜୀବନେ। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy