STORYMIRROR

Prakash Kumar Chand

Inspirational

2  

Prakash Kumar Chand

Inspirational

ବୁଝିଥିଲୁ ବୋଲି

ବୁଝିଥିଲୁ ବୋଲି

1 min
13.2K


ବୁଝି ଥିଲୁ ଵୋଲି



କହରେ କାଳିଆ ତୋର ସେଇ ମାୟା

କିଏ ରେ ବୁଝିବ କହ

ତୋହରି ମାୟା ରେ ତତେହିଁ ଜଣାରେ

ତୁ ଏକା ବୁଝିଲା ଦିଅଁ ।


ଵୁଝିଥିଲୁ ବୋଲି ସାଲବେଗ ମନ

ରଖିଥିଲୁ ନନ୍ଦିଘୋଷ

ଵୁଝିଥିଲୁ ବୋଲି ଗଣପତି ମନ

ହେଲୁ ଗଜାନନ ବେଶ ।

ବୁଝିଥଲୁ ବୋଲି ସୁଦାମାକୁ ତୁହି

ଖୁଦରେ ହୋଇଲୁ ମୋହ

ତୋହରି ମାୟାରେ.......


ବୁଝିଥଲୁ ବୋଲି ଦାସିଆକୁ ତୁହି

ହାତରୁ ନଡ଼ିଆ ନେଲୁ

ବୁଝିଥଲୁ ବୋଲି ବିଦୂରର ମନ

ଶାଗ ଭଜା ଖାଇଥିଲୁ

ବୁଝିଥଲୁ ବୋଲି ଗଜପତି ମନ

ଯୁଦ୍ଧରେ ହୋଇଲା ଜୟ

ତୋହରି ମାୟାରେ......


ବୁଝିଥଲୁ ବୋଲି ପାଞ୍ଚାଳିର ମନ

ରଖିଦେଲୁ ତାର ମାନ

ଅଇଁଠା ଫଳତୁ କରିଲୁ ଆହାର

ବୁଝିରେ ଶବରୀ ମନ

ବାଲି ରଥେ ଯାଇ ବସିଗଲୁ ତୁହି

ଦେଖି ଭକତର ଲୁହ

ତୋହରି ମାୟାରେ.....


ବନ୍ଧୁମହାନ୍ତିର ମନ କଥା ଜାଣି

ଯାଚି ଦେଲୁ ସୁନାଥାଳି

ବୁଝିଥଲୁ ବୋଲି ବଳି ମନ କଥା

ପାଦରେ ଥିଲୁ ତୁ ଦଳି

ବୁଝି ଟେକଥିଲୁ ଗିରିଗୋବର୍ଦ୍ଧନ

ଇନ୍ଦ୍ର ପାଇଗଲା ଭୟ

ତୋହରି ମାୟାରେ.....


ବୁଝିଥିଲୁ ବୋଲି ପାଷାଣୀ ମନକୁ

ପାଦଟିକୁ ଥୀଲୁ ଥୋଇ

କୁବୁଜାକୁ କଲୁ ସୁନ୍ଦରୀ ନାରୀଟେ

ମନ ତାର ବୁଝିଯାଇ

ତୋର ସେ ପୟର ଛୁଇଁଲା ଧୀବର

ଥିଲା ବୋଲି ତୋର ପ୍ରିୟ

ତୋହରି ମାୟାରେ.....


ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

୯୮୫୩୩୫୪୯୩୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational