ବୁଦ୍ଧ
ବୁଦ୍ଧ

1 min

11.6K
- ନିକାଂଚନ ବସି ଭାବୁଥାଏ ମନ
- କିମ୍ପାଇଁ କଷଣ ଭୋଗୁଥାନ୍ତି ଜନ ।
- ଜନମ ମରଣ ଭିତରେ ଜୀବନ
- କଷଣ ପାଆନ୍ତି ଅମୃତ ସନ୍ତାନ ।
- ଦୁଖଃ ରହିବନି କେମିତି ସଂସାରେ
- ପ୍ରେମର ପ୍ରକାଶ ଭରିବା ଆଶାରେ ।
- ମାନବକୁ ଦେଇ ଜାଗୃତି ମନ୍ତର
- ସେନେହ କରୁଣ ଭରା ଏ ଅନ୍ତର ।
- ପ୍ରାଣୀଙ୍କ ଭିତରେ ଦୟା ଓ ସରାଗ
- ପରକାଶ ହେଲେ ନଥିବ ବିରାଗ ।
- କାମନା ବାସନା ମୁକୁଳିବା ବାଟ
- ସାଧନାରେ ପଣ ମନ କରି ଆଣ୍ଟ ।
- ରାଜା ପରିପାଟି ଛାଡି ଘୋର ବନ
- କଠୋର ସାଧନ ବସ ରଖି ମନ ।
- ନିରଂଜନା ନଦୀ ଅଶ୍ୱସ୍ଥ ତଳରେ
- ନିର୍ବାଣ ଲଭିଲେ ସମାଧି ବଳରେ ।
- କାମନା ବିନାସେ ଦୁଖଃ ର ବିନାଶ
- ଦିବ୍ୟ ସକତିକୁ କରିଲେ ପ୍ରକାଶ ।