STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ବୁଦ୍ଧ ଗାନ୍ଧୀଙ୍କ ବାଣୀ

ବୁଦ୍ଧ ଗାନ୍ଧୀଙ୍କ ବାଣୀ

1 min
11.6K

   ଜଗତକୁ ଆମେ ଯୁଦ୍ଧ ଦେଇନୁ

   ଶିଖାଇଛୁ ଆମେ ବୁଦ୍ଧ ଗାନ୍ଧୀଙ୍କ ବାଣୀ

   ସ୍ନେହ ଶ୍ରଦ୍ଧା ଶାନ୍ତି ଧର୍ମର ମାର୍ଗରେ

   ମଣିଷ ଜାତିର ହୃଦୟ ପାରିଛୁ ଜିଣି


   ସାରା ଦୁନିଆକୁ ଚକିତ କରଇ

   ଆମ ସ୍ବାଧୀନତା ଗାଥା

   ଅହିଂସା ଆଗରେ ବାରୁଦ କମାଣ 

   ନତ କଲା ତାର ମଥା

   ଫରଫର ହୋଇ ତ୍ରିରଙ୍ଗା ଉଡିଲା

   ସମୟ ନଈରେ ନୂଆ ରଙ୍ଗ ବୁଣି ବୁଣି

   ଶିଖାଇଛୁ ଆମେ ବୁଦ୍ଧ ଗାନ୍ଧୀଙ୍କ ବାଣୀ...


   ଭୋଗ ନୁହେଁ ଆମ ଯୋଗର କାହାଣୀ

   ଜଗତ ଘୋଷୁଛି ଆଜି

   ନିରାମୟ ହେଉ ସବୁରି ଜୀବନ

   ଯାତନା ଯାଉରେ ହଜି

   ଏକତାର ମନ୍ତ୍ର ସମ୍ପ୍ରତିର ସ୍ତୋତ୍ର

   ମାଟିରୁ ଆକାଶ ତୋଳେ ଏଠି ପ୍ରତିଧ୍ବନୀ

   ଶିଖାଇଛୁ ଆମେ ବୁଦ୍ଧ ଗାନ୍ଧୀଙ୍କ ବାଣୀ...


   ମିଠା କଥା କହି ମନ ନେଉ ମୋହି

    ଭଲ କାମେ ଆମ ମନ

    ଦୁର୍ଦ୍ଦଶା ଦୁର୍ଗତି ପାରୁ ନାହୁଁ ଦେଖି

    ଜଗତ ହିତରେ ଧ୍ୟାନ

    ମମତାର ରେଣୁ ବୁଣିବୁଣି ଆମେ

    ବଇରୀର ମନ ସହଜେ ପାରିଛୁ ଜିଣି

    ଶିଖାଇଛୁ ଆମେ ବୁଦ୍ଧ ଗାନ୍ଧୀଙ୍କ ବାଣୀ  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational