STORYMIRROR

ଵଳରାମ ତରାଈ

Inspirational

3  

ଵଳରାମ ତରାଈ

Inspirational

ବୁଦ୍ଧ ଧର୍ମର

ବୁଦ୍ଧ ଧର୍ମର

1 min
383


ଛାଡ଼ିବୁ ଯେଉଁ ଦିନ କାମନା ବାସନା

ପୂର୍ଣ୍ଣ ହେବ ତୋର ଆଶା l।


ଧର୍ମ କୁ ଅନୁସରଣ କରି ଯାଆ

ଏକା ତୋର ଧର୍ମ ସାହା

ଦୁନିଆଁରେ ଆଉ ଧର୍ମ ରହି ନାହିଁ

ଜଗନ୍ନାଥ ଏକା ସାହା ll


ଅନାୟକୁ ଆଶ୍ରୟ ଦେଉଛୁରେ

କିଛିଟା ଟଙ୍କା ପାଇଁ

ଭାବରେ ମାତି ତୁ ଭୁଲିଯାଉ ସବୁ 

କାମ ସବୁ ଭୁଲି ଯାଇ ll


ଗଦିର ଶଯ୍ୟା ଛାଡି ଦଉଡ଼ିଆ ଖଟ

ହେବ ଏକା ତୋର ପାଇଁ

ଗଲାବେଳେ ତୁହି ଯିବୁ ଏକା ହୋଇ

କାନ୍ଦିବେ ତୋରି ପାଇଁ l।


ବୁଦ୍ଧ ଆଉ ମହାପୁରୁଷ ମାନଙ୍କ ବାଣୀ

ମନେରଖ ଥାଉ ତୁହି

ମାଂସ ଭାତ ଖାଇ ଆମିଷ ବୁଡି ରହି 

ମଜା ନେଉ ଥାଉ ତୁହି ll


ଶାଗ ଲୁଣ ଭାତ ଅମୃତ ଭୋଜନ

ଭୁଞ୍ଜି ପାରୁନୁ ତୁହି

ଏହି ସୂତ୍ର ନେଲେ ତୁମେ ଆପଣେଇ

ଚିନ୍ତା ଯିବ ଦୁର ହୋଇ l।


ସୁଖ ଓ ଦୁଃଖରେ ହସ ଖୁସି ହୋଇ

 ଯାଆ ତୁମେ ନାଚି ଗାଇ

ମହାପୁରୁଷ ଙ୍କ ବାଣୀ ମିଥ୍ଯା ନାହିଁ

ଏକଥା ସତ୍ୟ ଅଟଇ l।


ଭଲ କରିଥିଲେ ଭଲ ଶୁଣିବୁ

ଭାଗ ନେବେନି କେହି l।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational