ବସନ୍ତ
ବସନ୍ତ
ମୁଁ ବସନ୍ତ |
ମୁଁ ଭଲପାଏ
ସଦ୍ୟ ଫୁଟିଥିବା ଫୁଲ ବନାନୀକୁ,
ନବ ପଲ୍ଲବିତ ବଉଳକୁ |
ସୁଗନ୍ଧିତ ସୁମଧୁର,
ଏ ପୃଥିବୀ ମା'ର ଆବରଣକୁ ||
ମୁଁ କିବା ସତେ ମୂକ ସାକ୍ଷୀଟିଏ |
ସତେ କିବା ମୋର ଆଗମନକୁ,
ପ୍ରତୀକ୍ଷା କରିଥିଲା କାହା ଆଖିଟିଏ ||
ବେଳେ ବେଳେ ନିସ୍ତବ୍ଧ ଓଠ ଓ ଓଦା ଆଖି,
କହିଯାଏ ଅନେକ କଥା |
ଆଉ ସେ ଅନୁଭୂତି,
ତା'ରି ନାଁ ତ ପ୍ରେମ, ନା ଆଉ କିଛି ?
ଇଚ୍ଛାହୁଏ ଦେଖୁଥାନ୍ତି କି
ଏ ମଧୁର ସ୍ୱପ୍ନ ଚିରଞ୍ଜିବୀ ହୋଇ |
ହେଲେ କ୍ଷଣଶୀଳ ସମୟର ସାଥେ,
ହରାଏ ମୋ ଯୌବନ ||
ପୁଣି ଫେରିଯାଏ କେଉଁ ଏକ ଅଜଣା ଜାଗାକୁ...
ଏବଂ ରହିଯାଏ ସ୍ମୃତିଟିଏ ହୋଇ,
ହୃଦୟର କେଉଁ ଏକ କୋଠରୀ ଭିତରେ,
ପୁଣି ଆସିବାର ପ୍ରତିଶୃତି ଦେଇ ||
