Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra Kumar Behera

Romance

2  

Rabindra Kumar Behera

Romance

ପ୍ରେମ ଏକ ବନ୍ଧନ

ପ୍ରେମ ଏକ ବନ୍ଧନ

1 min
144


ଜୀବନ ଶିକୁଳିରେ ବନ୍ଧା,

ପ୍ରେମ ଏକ ବନ୍ଧନ |

ତାର ଅନୁଭୂତି ଅନନ୍ତ,

ତାର ତୃପ୍ତି ଚିରନ୍ତନ ||


ପ୍ରେମର ଥାଏ ଅନେକ ରଙ୍ଗ,

ଅନେକ ରୂପ, ଅନେକ ଢଙ୍ଗ |

କେବେ ସିଏ ମମତା ରୂପରେ,

ଭରିଦିଏ ବାତ୍ସଲ୍ୟତା,

କେବେ ବନ୍ଧୁ ପରିଜନଙ୍କ ସୌହାର୍ଦ୍ୟରେ,

ଗଢେ ଅନେକ ସ୍ମୃତି ମିଠା ||


କେବେ ପ୍ରେମିକାର ପ୍ରେମରେ,

ଭରିଯାଏ ସ୍ମିତ ହାସ୍ୟଟିଏ |

ତ କେବେ ଝରିଯାଏ ଆଖିରୁ ଦି' ଟୋପା,

ଭାବି ଝୁରି ହଉଥିବା ମନଟିଏ ||


କେବେ କାହାକୁ ଦୁଃଖରେ ଦେଖି,

ହୃଦୟରେ ଭରେ କାରୁଣ୍ୟତା |

ମନରେ ଆସେ ସତେ ବଦଳିବା ପାଇଁ,

ଦୁନିଆଁର ଅନୁଚିନ୍ତା ଓ ବୃଷ୍ଟି ହଉ ମାନବିକତା ||


ସବୁ ତ ପ୍ରେମ , ଆଉ ତାହାରି ରୂପ,

ମାପକାଠି ନୁହଁ ପୁଣ୍ୟ କି ପାପ |

ପ୍ରତି ଏକ ରୂପରେ ସେ ଅଟେ ନିଆରା,

ପ୍ରେମ ଏକ ବନ୍ଧନ, ପ୍ରେମ ଏକ ତପ ||



Rate this content
Log in

Similar oriya poem from Romance