ସ୍ୱର୍ଗକୁ ନିଶୁଣି
ସ୍ୱର୍ଗକୁ ନିଶୁଣି
1 min
382
ମନରେ ଭରି ଉତ୍ସାହ,
ଚଢ଼ିଲେ ପାହାଚ ପାହାଚ |
ପାରଇ ମଣିଷ ଚଢ଼ି,
ସ୍ୱର୍ଗକୁ ନିଶୁଣି ||
ସେ ହଉ ନିଜ କାର୍ଯ୍ୟରେ ତୃପ୍ତି,
ଅବା ହଉ ଏକ ସେବା ମନବୃତି |
ସ୍ୱର୍ଗ ଅଟେ ସେଇ ସନ୍ତୋଷ,
ଯାହା ମନେ ଭରଇ ଶାନ୍ତି ||
ସେଇ ସିଡ଼ି ନୁହେଁ କଉ ବସ୍ତୁରେ ଗଢ଼ା,
ସିଏ ଗଢ଼ା ହୁଏ ନିଜ କର୍ମରେ |
କେବେ ଚଢ଼ୁଥାଏ କେବେ ଖସୁଥାଏ,
ନିଜ କର୍ମଫଳ ଅନୁସାରେ ||
ଅସମ୍ଭବକୁ ବି କରଇ ସମ୍ଭବ,
ଥିଲେ ମନେ ଉଚ୍ଚ ଆଶା |
ସ୍ୱର୍ଗକୁ ନିଶୁଣି ଚଢ଼ାଯାଇ ପାରେ,
ଥିଲେ ନିଜଠାରେ ଭରସା ||
