ବର୍ଷା
ବର୍ଷା
1 min
14.2K
ଧରଣୀର ବକ୍ଷକୁ ଓଦା କରି,
ବର୍ଷାର ଟୋପା ଟୋପା ବିନ୍ଦୁ ।
ଏଇ ଚେନାଏ ହସର ମହ୍ଲାରରେ,
ଅଙ୍କୁରିତ ହୁଏ ଜୀବନ ପାବଚ୍ଛରେ ଛିଡା ଦୁବଟିଏ ।।
ଛନ ଛନ ଶବ୍ଦରେ ଉଙ୍କିମାରେ ମନର ଅଜସ୍ର ସ୍ମୃତି,
ବିଜୁଳିର ଏଇ ଏକ ଶକ୍ତ ଆଲୋକରେ,
ମନରେ ଭରିଯାଏ ଅଲିଭା ଶାନ୍ତି ।
ନବ କଳବିତ ଦୁବଟିଏ ପରି,
ଅଙ୍କୁରିତ ଏଇ ମନ ପଲ୍ଲବରେ ।
ଭରିଯାଏ ଚେନାଏ ହସ ଆଉ,
ଆଙ୍କି ହୋଇଯାଏ ସ୍ମୃତି କଳାପଟାରେ,
ଉତ୍କଣ୍ଠା ଆଉ ଆବେଗର ରସ ।।
ଇଚ୍ଛା ହୁଏ ଉଡ଼ିଯିବାକୁ ଏଇ ଶ୍ଵେତ ଧାରାରେ,
ଜଳି ଜଳି ଥକିଯିବା ପରେ ସମୟ ଅଗ୍ନିରେ ।
ଆଜି କାଇଁ ଓଦା ଏ ମନରେ ଭରେ,
କୋହ ଆଉ କାରୁଣ୍ୟର ପ୍ରଲେପ ।
ହୃଦୟରେ ତରଙ୍ଗ ବାଜେ,
ଉଠି ଝରିଯିବା ପାଇଁ ଏଇ ବର୍ଷାର ତାଳେ ତାଳେ ।।
