STORYMIRROR

shmitaa mohanty

Comedy Inspirational

3  

shmitaa mohanty

Comedy Inspirational

ବସ୍ ଯାତ୍ରା

ବସ୍ ଯାତ୍ରା

1 min
119

ଅନେକ ଦିନ ପରେ ଆଜି ବସ୍ର

େ ଆସିଲି

ସେଇ ପୁରୁଣା କଥା ମନେ ପଡିଗଲା

ଧକଡ ଚକଡର

ାସ୍ତାକୁ ଦେହକୁ ଦେହ ପିଟା ପିଟି

କିଏ କାଶିଲାଣି ତ ପୁଣି କିଏ ଛିଙ୍କିଲାଣି

କିଏ ଠିଆହୋଇ ମଧ୍ୟ ମନ୍ଦ ଉଦ୍ଦେଶ୍ୟ ନେଇ ସ୍ପର୍ଶ କଲିଣ

ଛକକୁ ଛକର

ହିର

ହି ହେଲଫରର

ଡାକ ସହିତ 

କଣ୍ଡକ୍ଟରର ପଇସା ପାଇଁ ଝଗଡା ।


ତା ଭିତରେ ପୁଣି ପାନ ଚୋବେଇ ବା ଆଳରେପାନୁଆ ମାନଙ୍କର ଉଡନ୍ତା ଚୁମା ପେଷଣ

ରସିକିଆ ମାନଙ୍କର

ଆଖି ଓଠର ଇଙ୍ଗିତ

ଛୋଟ ଝିଅ ହେଉ କି ବୟସ୍କ ।

ସେଥିରେ ଆବଶ୍ୟକତା ନାହିଁ

ସେ ଯଦି ନାରୀ ତେବେ କମେଣ୍ଟ ପାଇବା ପାଇଁ ଯୋଗ୍ୟା

କିଛି ବୁଢି ମାନଙ୍କର

ବୋହୁ କଷଣ ଚର୍ଚ୍ଚା

କିଛି ନାରୀ ମାନଙ୍କର

ସ୍ଵାମୀ ନିନ୍ଦା

ଏମିତି ଆହୁରି ଅନେକ ।


ଅଢେଇ ଘଣ୍ଟାରର

ରାସ୍ତା ଯୁଦ୍ଧ କାଳିନ ଭିତିରେ କାଟି ବାକୁ ହୁଏ

କିଛି ଯୁବ ପିଢ଼ି ଙ୍କର

ମଧ୍ୟ ପ୍ରେମ ହୋଇଯାଏ

ସତରେ ।

ବସ୍ ଯାତ୍ରା ଭାରି ନିଆରା ।


ଆଜି କିନ୍ତୁ ସେମିତି ନାହିଁ ।

କରୋନା କଟକଣା ପାଇଁ

ବସ୍ ଫାଙ୍କା ।

ଯିଏ ଅଛନ୍ତି ସମସ୍ତେ ମୋବାଇଲରେ ବ୍ୟସ୍ତ

ଏତିକି କେବଳ ବଦଳିଛି ।

୫୦ଟଙ୍କା ନୁହେଁ ବରଂ ୧୫୦ହୋଇଛି

ତଥାପି ଆଗ ଅପେକ୍ଷା ଆଜି ବସ୍ର

ଭଲ ଲାଗିଲା

ଆମକୁ ମିଳିଥିବାର

ରିଜର୍ଭ କମେଣ୍ଟ ପାଇବା କୋଟା

ଟିକେ ହୋଇଛି କୋହଳ ।


ଅବଶ୍ୟ ମୁଁ ଅତିକ୍ରମ କରିସାରିଛି ଲାଜୁକିଆ ବୟସ ଷୋହଳ

ସବୁ ଠିକ ଠାକ ହୋଇ ମୁଁ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଗଲି

ବାଟରେ ଚା ପିଇଲା ପରି ହାଲକା କମେଣ୍ଟ ପାଇଲି

ମିଲ୍ ଖାଇଲା ପରି କମେଣ୍ଟ ସମୟ ଅଭାବରୁ ମିଳିନି

କାରଣ କରୋନା ପାଇଁ ଶରୀରର

ଚମକ ଆଉ ନାହିଁ

କେବଳ ସଙ୍ଘର୍ଷ ମୟ ଜୀବନର ନିରାଶା ମୁହଁର ଅଛି

ବୋଧହୁଏ ସେଥିପାଇଁ ଆଜି ସମୟ ଟା କଟିଗଲା।



Rate this content
Log in

Similar oriya poem from Comedy