STORYMIRROR

Sushantkumar Pradhan

Inspirational

3  

Sushantkumar Pradhan

Inspirational

ବୃଥା ବିଳାପ

ବୃଥା ବିଳାପ

1 min
14.2K


ଅଲାଜୁକ ଆମ ଟାଉଟର ନେତା

କରୁଛନ୍ତି ପ୍ରହସନ 

ବାହାଦୁରୀ ଦେଖ ମିଡିଆ ଆଗରେ 

ସତେ ଅବା ସ୍ୱଛ ମନ ।।

ନ୍ୟାୟ ତ ଦେଲେନି ବଂଚିଥିଲା ବେଳେ 

ମଲାପରେ ମିଛ ଲୁହ 

ଘଟଣାକୁ ନେଇ ରାଜନୀତି ବେଶୀ 

ଛାତିରେ ଶୁଖିଲା କୋହ ।।

ରାକ୍ଷସ ସୁରକ୍ଷା ପାଇଁ ଚାଲେ ନାଟ 

ସୁରକ୍ଷିତ ନୁହେଁ କେହି 

କ୍ଷମତା ଲଢେଇ ଚାଲେ ଖାଲି ଏଠି 

ସ୍ୱାର୍ଥ ସାଧନରେ ରହି ।।

ନାରୀ କି ପୁରୁଷ ନୁହେଁ ସୁରକ୍ଷିତ

ଚାରିଆଡେ ଅବିଚାର 

ଆଇନ କାନୁନ ଗଳାବାଟ ଦେଇ 

ଦିଗହରା ବାରବାର ।।

ମିଛ ଯାଏ ଖସି ସତ୍ୟ ହୁଏ ଚାପି 

ନ୍ୟାୟ ଯାଏ ଏଠି ଫସି 

ଧର୍ଷିତା ଲାଂଛିତା ବାଛିନିଏ ଫାସି 

ଧର୍ଷଣକାରୀର ଖୁସି ।।

କେତେ ଦିନ ଆଉ ରହିବା ଅନ୍ଧାରେ 

ସହି ନିର୍ଯାତନା ଦାଉ 

କରେ ନିବେଦନ ଜନସାଧାରଣ 

ବୁଝିବା ସୁଝିବା ହେଉ ।।

  ସୁଶାନ୍ତ ପ୍ରଧାନ 

    ବଂଧହୁଡା 

ନରସିଂହପୁର କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational