Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Usharanidevi Panda

Tragedy

2  

Usharanidevi Panda

Tragedy

ବର୍ଷାର ପ୍ରତୀକ୍ଷାରେ

ବର୍ଷାର ପ୍ରତୀକ୍ଷାରେ

1 min
7.0K




ଆସ ଗୋ ବରଷା ହଜିଲା ଭରସା

ତୋ ବିନା ଗୋ ପ୍ରାଣସହୀ ,

କରିଅଛୁ ମାନ ଶୁଖାଇ ବଦନ

କାହିଁକି ଗୋ ଚାନ୍ଦମୁହିଁ ।


କି ଦୋଷକୁ ଦେଖି ଜଳାଉଛୁ ସଖୀ

ଭରିଛୁ କି ମନେ ରୋଷ ,

ଜଳୁଅଛି ତନୁ ତୋ ସ୍ବର୍ଶର ବିନୁ

ମନୁ ଲିଭିଗଲା ହସ ।


କହିଲୁ କାନରେ ଆଦ୍ୟ ଆଷାଢରେ

ଆସିବୁ ବୋଲିଣ ମୋତେ ,

କଥା ଦେଇ ସଖୀ ହେଲୁ ଗୋ ବିମୁଖୀ

ଝୁରଛି ତୋତେ ନିରତେ ।


ବିଜୁଳି ରୋଷଣୀ ବେଙ୍ଗୁଲୀ ରାଗିଣୀ

ସଜାଇ ମେଘ ପାଲିଙ୍କି ,

ଘଡଘଡ ନାଦ କରୁଛି ନୀରଦ

ଚାତକ ପ୍ରାୟ ମୁଁ ଟାକି ।


ଆକୁତତା ଭରେ ଚାହିଁଛି ଅଧିରେ

ନିସ୍ୟନ୍ଦ ପଥକୁ ତୋର,

ହୁଅନି ଗୋ ରୁକ୍ଷ କରନି ନୀରକ୍ଷ

ଉକ୍ଷକର ହୃଦ ମୋର ।


ଉଷାରାଣୀ ପଣ୍ଡା,

ଆନ୍ଧ୍ର ପ୍ରଦେଶ ।


Rate this content
Log in

Similar oriya poem from Tragedy