ବର୍ଷାା
ବର୍ଷାା
କଳାମେଘ ସାଥେ ନଭ ଦେଶ କୋଳୁ
ଝରଝର ହୋଇ ଝରିଲା
ସବୁରୀ ମୁହଁରେ ହସକୁ ଫୁଟାଇ
ରିମ୍ ଝିମ୍ ହୋଇ ନାଚିଲା ।
ତା 'ର ଆଗମନେ ବସୁମତୀ ମୁଖେ
ହସର ଲହରୀ ଖେଳିଲା,,
ଶୂନ୍ୟଗର୍ଭା ନଦୀ ପୂର୍ଣ୍ଣଗର୍ଭା ରୂପେ
ସୁ ଶୋଭିତ ରୂପ ବହିଲା ।
ତପତ ଧରଣୀ ଶୀତଳ ପବନେ
ପରଶେ ବିଭୋର ହୋଇଲା,,
ଚିର ସବୁଜିମା ବେଶର ସୁନ୍ଦର
ସବୁରୀ ମନକୁ ମୋହିଲା ।
ମନର ଉଲ୍ଲାସେ ବେଙ୍ଖବେଙ୍ଗୁଲୀଏଁ
କେଁ କଟେ କଟେ କମ୍ପିଲା ,
ଚାତକର ଦୁଃଖ ଯାତନା ସମୂହ
ହୃଦରୁ ଅନ୍ତର ହୋଇଲା ।
ପବନର ତାଳେ ବାୟା ବସା ଖେଳେ
ଭୟଭୀତ ମନେ ରହିଲା ,
ଜଳଉତ୍ସ ମାନ ଜଳରେ ପୂରିଲା
କ୍ଷେତ ପରିପୂର୍ଣ୍ଣ ହୋଇଲା ।
ଲଙ୍ଗଳ ଯୁଆଳି କାନ୍ଧରେ ପକାଇ
ଚାଷୀଭାଇ ବିଲେ ଧାଇଁଲା ,
ବଳଦହଳ ହଳ ଲଙ୍ଗଳେ ଯୋଖି
ଜମି ସମତୁଲ କରିଲା ।
ହୋଇ ଉଲ୍ଲସିତ ଗାଇ ନାନା ଗୀତ
ବିହନ ଗଣ୍ଡିଏ ବୁଣିଲା
ମାଟିମାଆ ଧ୍ୟାୟୀ ହିଡପରେ ପଶି
ଫସଲ ମଙ୍ଗଳ ପାଞ୍ଚିଲା ।
ଦୁଃଖ କଷ୍ଟ ତା'ର ହୋଇଗଲା ଦୂର
ଫଟାଭୂମି ଜଳେ ଭରିଲା ,
ନିଜେ ଦୁଃଖ ସହି ଆମରି ପାଇଁ କି
ଯୋଗାଇବ ଖାଦ୍ୟ ସେ ଭଲା ।
ଉଷାରାଣୀ ପଣ୍ଡା
