ବର୍ଷା
ବର୍ଷା
ଆସିଗଲ ତୁମେ ମହୀ ମଣ୍ଡଳକୁ
ଝରଝର ହୋଇ ଝରିଲ,
ସବୁରୀ ମୁହଁରେ ହସକୁ ଫୁଟାଇ
ରିମ୍ ଝିମ୍ ହୋଇ ନାଚିଲ....
ତୁମ ଆଗମନେ ବସୁମତୀ ମୁଖେ
ହସର ଲହରୀ ଖେଳିଲା,
ଶୂନ୍ୟଗର୍ଭା ନଦୀ ପୂର୍ଣ୍ଣଗର୍ଭା ରୂପେ
ସୁ ଶୋଭିତ ରୂପ ବହିଲା...
ତପତ ଧରଣୀ ଶୀତଳ ପବନେ
ପରଶେ ବିଭୋର ହୋଇଲା,,
ଚିର ସବୁଜିମା ବେଶର ସୁନ୍ଦର
ସବୁରୀ ମନକୁ ମୋହିଲା...
ମନର ଉଲ୍ଲାସେ ବେଙ୍ଗ ବେଙ୍ଗୁଲୀଏଁ
କେଁ କଟେ କଟେ କମ୍ପିଲା ,
ଚାତକର ଦୁଃଖ ଯାତନା ସମୂହ
ହୃଦରୁ ଅନ୍ତର ହୋଇଲା....
ପବନର ତାଳେ ବାୟା ବସା ଖେଳେ
ଭୟଭୀତ ହୋଇ ରହିଲା ,
ଜଳଉତ୍ସ ମାନ ଜଳରେ ପୂରିଲା
କ୍ଷେତ ପରିପୂର୍ଣ୍ଣ ହୋଇଲା...
ଲଙ୍ଗଳ ଯୁଆଳି କାନ୍ଧରେ ପକାଇ
ଚାଷୀଭାଇ ବିଲେ ଧାଇଁଲା,
ବଳଦହଳ ହଳ ଲଙ୍ଗଳେ ଯୋଖି
ଜମି ସମତୁଲ କରିଲା...
ହୋଇ ଉଲ୍ଲସିତ ଗାଇ ନାନା ଗୀତ
ବିହନ ଗଣ୍ଡିଏ ବୁଣିଲା,
ମାଟିମାଆ ଧ୍ୟାୟୀ ହିଡପରେ ପଶି
ପଖାଳ ଗଣ୍ଡିଏ ଖାଇଲା,
ଦୁଃଖ କଷ୍ଟ ତା'ର ହୋଇଗଲା ଦୂର
ଫଟାଭୂମି ଜଳେ ଭରିଲା...।
ଉଷାରାଣୀ ପଣ୍ଡା,
ଆନ୍ଧ୍ରପ୍ରଦେଶ ।
