ବର୍ଷା
ବର୍ଷା
ଋତୁ ପରେ ଋତୁ ଘୂରି ଘୂରି ଗଲା
ଖରା ପରେ ବରଷା ଆସିଲା
କୃଷକ ହଳକୁ ଧରି କ୍ଷେତକୁ ଗଲା
ମୁହଁରେ ତାର ହଁସ ଫୁଟିଲା l
ଚାରିଆଡ଼େ ଦିଶେ ସବୁଜ ଗହଳି
ଚାରିଆଡ଼େ ଜଳ ଗଳିକି ଗଳି
ପିଲାଏ ଆନନ୍ଦେ କରନ୍ତି ପାଳି
ଡଙ୍ଗା ଭସାନ୍ତି ପଳିକୁ ପଳି l
ମେଘର ଗର୍ଜନ ବିଜୁଳି ଘନଘନ
କୃଷକ ଡରେ ଘରେ ରଖି ମନ
କଳା ମେଘର ସୁନ୍ଦର ଘନ
ନାଚି ମୟୁର କରେ ଗୀତ ଗାନ l
ଗ୍ରାମ ବଧୂ ସନ୍ଧ୍ୟାରେ ଚାଲି ଟିକି ପାଦେ
ବୃନ୍ଦାବତୀଙ୍କ ପୂଜାରେ ମାତେ
ଥିରି ଥିରି ପବନ ବରଷା ପାଣି
ମୁଢ଼ି ବାଦାମ ମନ ନିଏ କିଣି l
ବନ୍ୟାର ବାହାପ ଦେଖାଇ ବରଷା
ମଣିଷ ମନର ତୁଟେ ଭରସା
ବିଧିର ଉପରେ କରିଣ ଆଶା
କୃଷକ କ୍ଷେତେ ବସେ ବାନ୍ଧି ବସା l
ପିଜୁଳି କାକୁଡି ପିଆରା ଆତ ଫଳ
ଜୁଇ ଜାଇ ଚମ୍ପା କଦମ୍ବ ଫୁଲ
ଅଜା ଆଇ ବସି କରନ୍ତି ମେଳ
ନାତିକୁ କୋଳେ କରି ଗେଳ l
ବା କି ମନୋହର ଧାରାର ଶରୀର
ଅତି ମନୋରମ ଦିଶେ ବର୍ଷାରେ ତାର
ସୁରକ୍ଷାରେ ରକ୍ଷା କବଚ ସାର
ମାତିଥାନ୍ତି ଦିନ ରାତି ଧରିଣ କର l