STORYMIRROR

KUMUDA CHANDRA DALEI

Inspirational

3  

KUMUDA CHANDRA DALEI

Inspirational

ବର୍ଷା , ତୁମେ ତୁମେ କେବେ ଆସିବ?

ବର୍ଷା , ତୁମେ ତୁମେ କେବେ ଆସିବ?

1 min
13.3K


ବର୍ଷା ତୁମେ କେବେ ଆସିବ...?,

ଏହି ଧାରା ପୃଷ୍ଠେ l

ପ୍ରଚଣ୍ଡ ରୌଦ୍ରତାପ ଶୋଷି ନେଲାଣି

ବସୁନ୍ଧରା ରସ,

ତପ୍ତ, ତୃଷାର୍ତ୍ତ ବସୁନ୍ଧରା

ଆଁ କରି ଚାହିଁଚି ସୁଦୀର୍ଘ ସକାଶେ

ପାଇବାକୁ ବୁନ୍ଦାଏ ଅମିୟ ସଲିଳ,

କରିବାକୁ ତୃଷା ନିବାରଣ l


ଖାଁ ଖାଁ ଦିଶିଲେଣି

ଶୁଷ୍କ ତଟିନୀ ପୁଷ୍କରଣୀ ଯେତେ,

ଶୋଷରେ ଆଉଟୁପାଉଟୁ

ଜୀବ ଜଗତ

ପ୍ରାଣୀ, ଉଦ୍ଭିଦ, ସରୀସୃପ

ଶୋଷରେ ଆର୍ତ୍ତନାଦ କଲେଣି ମଣ୍ଡୁକେ

ବଞ୍ଚାଇବାକୁ ଜୀବନ ତାଙ୍କର l

ଜୀବ ଦୟା ସଭିଙ୍କ କର୍ତ୍ତବ୍ୟ,

ତୁମେ କିବା ବ୍ୟତିକ୍ରମ ତାର l

ଥୁଣ୍ଟା ଜରାଜୀର୍ଣ୍ଣ ଦିଶିଲେଣି

ଶ୍ୟାମଳ ତରୁ ତୃଣ

ବ୍ୟାକୁଳତା ହେଲେଣି

ହେବା ପାଇଁ ନବ ପଲ୍ଲବିତ,

ସଜାଇବେ ଜରାଜୀର୍ଣ୍ଣ ବସୁନ୍ଧରା ବକ୍ଷ

ପଲ୍ଲବିତ ସବୁଜ ଶାଢ଼ୀରେ l

ଶଙ୍କା ପୂର୍ଣ୍ଣ ବିହାଙ୍ଗ କୂଳ

ତରୁ ଦେହେ ବାନ୍ଧିବାକୁ ନୀଡ ସମୁହ ଜୀବ

ହେଲେଣି ସଜବାଜ l

ସରୀସୃପ ଅଷ୍ଟପଦୀ କୀଟ

ଖାଦ୍ୟ ସଞ୍ଚି ବକୁ ବସୁମତୀ କୋଳେ

ହେଲେଣି ତତ୍ପର l

ଆହାର କରିବେ ଚତୁର୍ମାସ

ଜଳମଗ୍ନ ହୋଇଲେ ଅବନୀ l


ସମୁହ ଜୀବ ଜାଗତ

ପ୍ରାକୃତିକ ନିୟମ ଅନୁସାରେ

ପରିଚାଲିତ ଯେବେ

ତୁମେ କାହିଁକି କର ବ୍ୟତିକ୍ରମ?

ଏହା କିବା ପ୍ରକୃତିର ବ୍ୟତିକ୍ରମ କାରୀ

ମାନବ ପାଇଁ ସମୁଚିତ ଶିକ୍ଷା

କିନ୍ତୁ..

ଅହଙ୍କାରୀ ମାନବ କେବେ

ନୋହିବେ ସଚେତନ

ସେତେ ବେଳ ଯାଏ

ଯେତେବେଳ ଯାଏ

ପ୍ରକୃତି ତାର ପ୍ରାକୃତିକ ପ୍ରକ୍ରିୟା ରେ

ଧ୍ଵଂସ ଲୀଳା ନୋହୁଛି ସମ୍ଭବ



Rate this content
Log in

Similar oriya poem from Inspirational