STORYMIRROR

Kamal Kumar Dash

Romance

2  

Kamal Kumar Dash

Romance

ବର୍ଷା ତୋ ପାଇଁ

ବର୍ଷା ତୋ ପାଇଁ

1 min
13.3K


ବରଷା ତୋ ପାଇଁ

 

ବରଷା ତୋ ପାଇଁ ପତ୍ରର ଝଡା ଦେଇ

 

ପ୍ରତୀକ୍ଷାରେ ଅଛି ରହି

 

ତୁମରି ପରଶେ ପଲ୍ଲବିତ ହୋଇ

 

କୁସୁମିତ ହେବାପାଇଁ (୧)

 

ଶୁଷ୍କ ବୈଶାଖରେ ଜଳିଛି କେତେ ମୁଁ

 

ତୁମ ପ୍ରେମ ସ୍ପର୍ଶ ପାଇଁ

 

ଦୁଃଖ ଅନଳରେ ଜଳି ଜଳି ପ୍ରିୟା

 

ତୁମକୁ ରହିଛି ଚାହିଁ (୨)

 

ଦାରୁଣ ନିଦାଘ ଛଡାଇ ନେଇଛି

 

ଲାଲିମାର ପତ୍ର ପୁଷ୍ପ ଫଳ

 

ସେପାଇଁ ଲୋଡୁଛି ତୁମରି ସାନ୍ନିଧ୍ୟ

 

ତୁମରି ପ୍ରେମର କୋଳ (୩)

 

ଉତ୍ତପ୍ତ ଜୀବନେ ପ୍ରେମ ବାରି ଧରି

 

ଫେରିାଆସ ପ୍ରିୟା ମୋର

 

ବଂଚାଅ ମୋ ପ୍ରାଣ ଢାଳି ସଂଜୀବନି

 

ସୁଧା , ତୁମରି ପ୍ରେମର (୪)

 

ଭାବୁଛି ଫେରିବ ଭୁଲି ପଛ କଥା

 

ଧରି ସ୍ନେହ ଶୀତଳତା

 

ତୁମରି ପରଶେ ଭରିଯିବ ଏଠି

 

ସବୁଜିମା ସୁନ୍ଦରତା (୫)

 

କମଳ କୁମାର ଦାଶ


Rate this content
Log in

Similar oriya poem from Romance