STORYMIRROR

Sabita Nayak

Romance

3  

Sabita Nayak

Romance

ବର୍ଷା ସହ କିଛି ସ୍ମୃତି

ବର୍ଷା ସହ କିଛି ସ୍ମୃତି

1 min
187


ଝିପି ଝିପି ଏଇ ବରଷାକୁ ଦେଖି

ତୁମ କଥା ଭାରି ମନପଡେ

ଭିଜୁଥିଲ ତୁମେ ଭିଜୁଥିଲି ମୁଁ

ତୁମରି ପ୍ରେମ ବର୍ଷାରେ।

ଆଜି ବି ଏ ମନ ଖୋଜୁଛି ତୁମକୁ

ନିତି ସେଇ ନଈ ପଠାରେ

ତୁମ ହସ ହସ ଚେହେରା ନାଚୁଛି

ଆଜି ବି ମୋ ମନ ଗହନେ।

କେଉଁ ରାଇଜକୁ ଚାଲିଗଲ ପ୍ରିୟା

ମୁଁ ଯେ ଖୋଜେ ଦିବାନିଶି

ଅଦିନ ଝଡ କି ଉଡାଇ ନେଲାରେ

ଆସନ୍ତ କି ଥରେ ଫେରି।

କଥା ଦେଇଥିଲ ସାଥୀରେ ରହିବ

ଅଧୁରା ରହିଲା ସପନ

ତୁମରି ବାଟକୁ ଚାହିଁ ମୁଁ ବସିଛି

ଆଜିବି ଅପେକ୍ଷା ତୁମର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance