Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ବର୍ଷା ବର୍ଷା ବର୍ଷା

ବର୍ଷା ବର୍ଷା ବର୍ଷା

1 min
174



ବର୍ଷା ବର୍ଷା ବର୍ଷା

ଲଗାତର ବରଷେ ତୁହାକୁ ତୁହା 

ବରଷି ଯିବାରେ ନାହିଁ ସୀମା

ଜନ ଜୀବନ ଅସ୍ତବ୍ୟସ୍ତ

ତୁଟି ଯାଏ ମଣିଷର ଆତ୍ମ ଭରସା

ବର୍ଷା ବର୍ଷା ବର୍ଷା

ଚାରିଦିଗ ଧବଳ ଜଳମୟ

ଜଳବନ୍ଦୀରେ ବସ୍ତି ଅଞ୍ଚଳ

ଯୋଗା ଯୋଗ ସବୁ ବିଚ୍ଛିନ୍ନ

ନିରୁପାୟେ ଘରେ ବସି ବସି

ଦୁରବସ୍ଥାରେ ସଭିଏଁ ଭୋଗନ୍ତି ଦୁର୍ଦ୍ଦଶା

ବର୍ଷା ବର୍ଷା ବର୍ଷା

ନଈରେ ବଢ଼ି ପାଣି ଆସେ ବଢ଼ି ବଢ଼ି

ପୋଲ ଉଛୁଳା ଜଳସ୍ରୋତ

ଏ କୂଳରୁ ସେ କୂଳ ଯାଏ ଲମ୍ବି

ତାଣ୍ଡବ ରଚ଼େ ନାହିଁ ତାର ମୀମାଂସା

ବର୍ଷା ବର୍ଷା ବର୍ଷା

ଲଘୁଚାପ ପରେ ଲଘୁଚାପ

ଘୂର୍ଣ୍ଣି ବଳୟରୁ ହୁଏ ଝଡ଼ ତୋଫାନ

କ୍ଷେତ ବାଡ଼ି ଯାଏ ବୁଡ଼ି

ଧୋଇ ମରୁଡିରେ ଆତଙ୍କିତ ଚଷା

ବର୍ଷା ବର୍ଷା ବର୍ଷା

ବୃଷ୍ଟି ବହୁଳେ ସୁନ୍ଦର ସୃଷ୍ଟି

ଯାଏ କିବା ରସାତଳ

ପ୍ରଭାବିତ ହୁଏ ସାରା ଜୀବଜଗତ

ଭୋକ ଉପାସରେ ଉଡ଼େ ହଂସା

ବର୍ଷା ବର୍ଷା ବର୍ଷା

ଆକାଶଟା ଗାଢ଼ ଦିଶେ ମେଘ ଭର୍ତ୍ତି

ବିଜୁଳି ଘଡ଼ଘଡ଼ିରେ ଥରେ ବସୁଧା

ଅନ୍ଧାର ଅନ୍ଧାର ଦିନସାରା

ସମାଧାନ ତାର ହୁଏ ନାହିଁ ସହସା

ବର୍ଷା ବର୍ଷା ବର୍ଷା

ବରଷା ଅଭାବେ ମରୁଡ଼ି

ବରଷା ବହୁଳେ ଧରା ଯାଏ ଉଜୁଡ଼ି

ଧନ୍ୟ ସୃଷ୍ଟିତତ୍ତ୍ବର ମହିମା

ବୁଝି ହୁଏନା ସଂସାରର କ୍ଷୁଧା ତୃଷା

ବର୍ଷା ବର୍ଷା ବର୍ଷା ।


Rate this content
Log in

Similar oriya poem from Action