ବର୍ଷା ଆଗମନ ଆଶାର ସଂଚାର
ବର୍ଷା ଆଗମନ ଆଶାର ସଂଚାର
ବର୍ଷା ଆଗମନ ଆଶାର ସଂଚାର
ଲେଖିଲେ ସରିବନି ବର୍ଷାରାଣୀ ବର୍ଷାର ମହତ୍ୱ !
ବର୍ଷା ଆଗମନକୁ ଚାହିଁଥାନ୍ତି ଛୋଟ ଛୋଟ କୀଟ ପତଙ୍ଗ
ଆଧୁନିକ ଜୀବନ ଶୈଳୀରେ ବି ବଞ୍ଚୁଥିବା ମଣିଷ !
ଚାତକ ର ଶବ୍ଦର ଶବ୍ଦାବଳୀ କିଏ ବା ବୁଝିବ
ବର୍ଷସାରା ଅପେକ୍ଷାରେ ପାଇବାକୁ ମୃଦୁ ପାନୀୟ !
ମଣିଷ ହେଉ ଅବା ପଶୁପକ୍ଷୀ ବିହଙ୍ଗ
ନୀଳ ଆକାଶକୁ ଅନେଇ ସଭିଏଁ ବର୍ଷା ପାଇଁ ଅପେକ୍ଷାରତ !
ବେଙ୍ଗ ବେଙ୍ଗୁଲିଙ୍କ ଭାଁ ଭାଁ ଶବ୍ଦ ପରିପ୍ରକାଶ
ଛୋଟ ନବଜାତ ପକ୍ଷୀ ମାନଙ୍କର ଚେଁ ଚେଁ ଶବ୍ଦ !
ସବୁଜିମା ପ୍ରକୃତିର ଅନେକ ରୂପ
ବର୍ଷା ମାସରେ ନବ ପଲ୍ଲବିତ ନୂଆ ଜୀବନ ପ୍ରାପ୍ତ !
ଆଶାର ନୂଆ ଆଶା ନୂଆ ସଂଚାରିତ
ବର୍ଷା ତମର ଆଗମନରେ ଜୀବର ଜିବତତ୍ୱ !
ଶୋଭା ବଢାଏ ଯେ ଏହି ଧରା ପୃଷ୍ଠର
ବର୍ଷା ଆଗମନରେ ଆଶାର ନୂଆ ସଂଚାର !
