ଭାବ ପ୍ରବଣତା
ଭାବ ପ୍ରବଣତା
ଶବ୍ଦାବଳୀ ର ଶବ୍ଦ ହେ ତୁମେ
ଉଜ୍ଜଳ ଆଲୁଅ ହେ ତୁମେ !
ଝରିଯାଏ ଉଲ୍ଲାସ ଆଭାସିତ କିରଣ
ପ୍ରତି ମୁହୁର୍ତରେ ନୂଆ ବିକିରଣ ର ବଳୟ !
ପକ୍ଷ୍ମଳ ନେତ୍ର ଯାହାର ହରିଣ ଚାହାଣି
ଓଠ ଝରା ମାଧୁର୍ଯ୍ୟ ପ୍ରସାରିଣୀ !
ମଧୁରତା ଭରି ଦିଏ ସତେ
ତୁମର ସେ ମିଠା ଭରା ସ୍ନେହ ସୁନ୍ଦରତା !
କବିତାର କାବ୍ୟ ପୃଷ୍ଠରେ କାବ୍ୟର ଗୂଂଜନତା
ଲେଖି ଲେଖି ଭାବେ ତୁମେ ସେହି ମରୀଚିକା !
ସ୍ୱପ୍ନର ଦିବସରେ ରାତିଭରା ଆଶା
ପୁଣି ଅଦୃଶ୍ୟ ତୁମେ କେତେ ଭାବ ପ୍ରବଣତା !
ଦୂରତ୍ୱ ଦୂରରେ ଏକ ମିଠା ତ୍ସମୂର୍ତି ଆଶାଭରା
ଚାହିଁ ରହିଛି ସେ ଦୂର ବାଟ ମିଠାଭରା କଥା !
*************

