ନିସ୍ତବ୍ଧ ମରୀଚିକା
ନିସ୍ତବ୍ଧ ମରୀଚିକା
ବିସ୍ତୃତ ବେଳାଭୂମି ନିସ୍ତବ୍ଧ ମରୀଚିକା
କିଛିକ୍ଷଣ ଭରା ପୁଣି ଲୁଚି ଲୁଚିକା !
ସମୟର ସ୍ରୋତରେ ଅଗଣିତ କିରଣ ବିକିରଣ
ଛାୟାଭରା ଅନ୍ଧାର ଆଉ ଆଲୋକର ଆବେଗ !
ପ୍ରତି ମୁହୂର୍ତ ସମୟ ସ୍ରୋତରେ ସମୟର ବେଗ
ଧାରା ପ୍ରବାହରେ ଆଗେଇ ଆଗେଇ ଚାଲେ ଏହି କ୍ଷଣ !
କିଛିକ୍ଷଣ ବିଶ୍ରାମ, କିଛିକ୍ଷଣ ନିସ୍ତବ୍ଧ
ଭାବ ପ୍ରବଣରେ ଭାବନାର ଆବେଗ !
ଆସ୍ତେ ଆସ୍ତେ ମାଡିଆସେ ସାମୁଦ୍ରିକ ଜୁଆର
ପୂର୍ଣ୍ଣିମାର ସେହି ରାତିର ମୃଦୁ ମୃଦୁ ମଳୟ !
ଜୀବନ କ୍ଷଣସ୍ଥାୟୀ ସ୍ମୃତି ଏକ ପ୍ରତୀକ
ଆଜି ଯିଏ ଅଛି କାଲି ସେ ଏକ ଦିବା ସ୍ବପ୍ନ !
କିରଣ ର ପ୍ରଭାହରେ ଦିବା ଆଲୋକ
ପୁଣି ଢାଳି ଗଲାପରେ ଅଲୁଅରୁ ଅନ୍ଧାର !
ଅଶାର କିରଣ ଏବଂ ସମୟର ସ୍ରୋତ
କାହାକୁ ଅପେକ୍ଷା କରିନି ଏହି ଜୀବନ ଚକ୍ର !
କିଛି ପାଇବାର ଆଶା ଏବଂ ଆକାଂକ୍ଷାର ଇଛୁକ
ନ ଲିଭିବା ଯାଏଁ ରହି ଯାଏ ଅଶାର ଆବେଗ !
କିରଣ ବିକିରଣରେ ଧରାପୃଷ୍ଠ ଆଲୋକ
ଲୁଚକାଳି ଖେଳେ ଛାୟା ବାଦଲ ଖେଳ !
ପ୍ରତିବିମ୍ବ ସ୍ୱୟଂ ଛାୟାର ଏକ ଆଲୋକ
ଛିଡାହେଲେ ବୁଝି ହୁଏ ଏ ସମୟର ପାଷାଣ !
ଛାୟା ପୃଷ୍ଠଭୂମି ଛାୟାର ମୁକସାକ୍ଷୀ ପ୍ରତୀକ
ଚଲାପଥ ବାଟ ଆଗନ୍ତୁକ ର ଗନ୍ତବ୍ୟ !
ଚଲାପଥ ଛାୟାବାଟ କେତେ ଯେ କଷ୍ଟ କାଠିନ୍ୟ
ଚାଲୁ ଚାଲୁ ସରିଯିବା ଏ ଜୀବନର ବ୍ୟସ୍ତବାଦି ନାଟକ !
ପରିଚୟ ରହିଯିବ ଏକ କ୍ଷଣସ୍ଥାୟୀ ସ୍ତମ୍ଭ
କିଛି କ୍ଷଣ କାଳେ କିଏ ମନେ ପକେଇ ଦେବ !
ଏହି ଜୀବନ ଜୀବନ ର ଏକ ବଡ ସନ୍ତକ
ଆଜି ଏହି ମଣିଷ କାଲି ପୁଣି ସୁଦୂର ମରୀଚିକା
