ନବ ପଲ୍ଲବିତ ବର୍ଷା ଆଗମନ
ନବ ପଲ୍ଲବିତ ବର୍ଷା ଆଗମନ
ନବ ପଲ୍ଲବିତ ଅଶାର ସଂଚାର
ସବୁଜିମା ତହିଁ ଚିତ୍ର ବଳୟ !
ଆଙ୍କି ଦିଏ ଦେଖ ସୁଦୂର ଆକାଶେ
ସାତରଙ୍ଗ ଇନ୍ଦ୍ରଧନୁ ତରଙ୍ଗ !
ଖରା ଆଲୁଅରେ ଝାପସା ଦେଖାଯାଏ
ଦିଶେ ସାରା ଜଗତ ସବୁଜ !
ଲୁଚକାଳି ଖେଳେ ତହିଁ
ସୂର୍ଯ୍ୟ କିରଣ ମେଘ ବଳୟ !
ସବୁଜିମା ଆଜି ଚିତ୍ରପଟରେ
ଚିତ୍ର ତହିଁ ପ୍ରକୃତିର ରୂପ
ଯେତେ ଦେଖୁଥିଲେ ମନ ଭରେ
ନାହିଁ ସବୁଜିମା ପ୍ରତିବିମ୍ବ !
ଆଲୋକିତ ସେହି ଆଲୋକ
ଆଶାରେ ବିହଙ୍ଗଠୁ ଯାଏଁ କୀଟ
ପ୍ରକୃତିର ଆଗମନରେ ଗ୍ରୀଷ୍ମପରେ
ବର୍ଷା ଚାହିଁକୀ ଆଗନ୍ତୁକ !
ମଣିଷ ସ୍ୱାର୍ଥପର ନିଜ ସ୍ୱାର୍ଥ ପାଇଁ
କରୁଛି ପ୍ରକୃତିର ନଷ୍ଟ !
ବଡ ବଡ ଅଟ୍ଟାଳିକା ଉଚ୍ଚ ଭୂମି ସହର
ପ୍ରକୃତିର ଶୋଭା ହଜି ଗଲାଣି
ଆଉ ନାହିଁ ଶୋଭାବିତ !
ଋତୁ ପରିକ୍ରମା ଚକ୍ରରେ
ଆଉ ନାହିଁ ଶୋଭାବିତ
ଏବେ ବି ସମୟ ଅଛି ପ୍ରକୃତିର
କର ନାହିଁ ବିନାଶ !
