ବହୁଳ ଜଳ
ବହୁଳ ଜଳ
ଜଳ ହିଁ ଜୀବନ ଜଳ ହିଁ ଆକାର
ଭୂ ମଣ୍ଡଳର ଅଧାରୁ ଅଧିକ ପରିଧି ତାହାର !
ପରିମାପ୍ତ ଜଳ ପରିସୀମିତ ଧାରା ଜଳର
ଆଖି ଝଲସି ଉଠେ ମନରେ ଉଠେ ଅନେକ ପ୍ରଶ୍ନ !
ଜଳ ବହୁଳେ ଶୃଷ୍ଟିନାଶ ଜଳ ବିହୁନେ ଶୃଷ୍ଟିନାଶ
ଉଲ୍ଲେଖ ପୁରୁଣା କଥାଟି ପ୍ରକୃତରେ ଯତାର୍ଥ !
ଟୋପା ଟୋପା ବର୍ଷାଜଳ ବୁନ୍ଦାରୁ ଧାରା ଜଳର
ନଦୀ ନାଳ ପୋଖରୀ ଆଉ ମୋହଦଧି ସବୁ ତାର !
ଜଳ ହିଁ ଆକାର ଜଳ ହିଁ ଆଧାର
ଜଳ ବିନା ନ ଚଳଇ ଏ ଜୀବନର ବେଗ !
ମରୁଭୂମି ଧରାପୃଷ୍ଠ ସବୁ ପ୍ରାଣିଯିବ
ଜଳ ବିନା ନ ଚଳନ୍ତି କେହି ନିମିତ୍ତ ମାତ୍ର !
ଆଜି ଆମେ ଜଳ ପାଇଁ କରନ୍ତି ଗର୍ବ ଅନୁଭବ
କିନ୍ତୁ ପ୍ରକୃତି ସାଙ୍ଗରେ ଖେଳି କଲେଣି ଆଜି ଜଳ ପ୍ରଦୂଷିତ !
ସମୟ ସ୍ତ୍ରୋତ ଧାରା ରେ ଜଳମୂଲ୍ୟ ବୁଝ
ନ ହେଲେ ହାତଛଡା ହେବ ମୂଲ୍ୟବାନ ଜଳ !
ନଦୀ ନାଳ ଭରି ଉଠୁଥିଲା ବର୍ଷାଜଳ ବୁନ୍ଦେ
ଆଜି ସହରୀ କରଣ କରି ଜଳକୁ ଖୋଜୁଛି ମଣିଷ !
ଋତୁଚକ୍ର ର ପରିକ୍ରମା ରେ ମଣିଷ ର ଭୁଲ ବଶତଃ
ପ୍ରକୃତି ସାଙ୍ଗରେ ଖେଳି ଜଳର ଅମୁଲ୍ୟତାକୁ ଯାଏ ଭୁଲି !
ଜଳ ପାଇଁ ତୃଷାର୍ତ୍ତ ଚାତକ ବିହଙ୍ଗ ଵର୍ଷ ବର୍ଷ ଯାଏଁ
ଚାହିଁ ରହି ଥାଏ କେବେ ସେ ପାଇବ ଅମୁଲ୍ୟ ବୁନ୍ଦ ଟିଏ !
ପ୍ରକୃତ ଅର୍ଥ ପ୍ରକୃତିର ଆପଣାର
ଜୀବନର ଆଧାର ଜଳ ତହିଁ ଜୀବନର ଆକାର ମଧ୍ୟ !
***********************
