ଭାବର ଠାକୁର ତୁହି
ଭାବର ଠାକୁର ତୁହି
ଦିବ୍ୟ ସାଗର ମହାଦୋଧୀ
ତୋ ଚତୁପାଶ୍ୱର୍ରେ ରହିଲେ ବି ଘେରି !
ତୋ ବିଚିତ୍ର ଲୀଳା ରେ କାଳିଆ
ନୀଳା ଚଳିଆ ଆହେ ଚକା ନୟନ !
ଭକ୍ତ ବତ୍ସଳ ତୁହି ଭକ୍ତ ପାଇଁ କରୁ ଲୀଳା ଯେ ତୁହି
ତୋ ଇଚ୍ଛାରେ ଜଗତ ଚାଲେ ଚକ୍ରଧର ଯେ ତୁହି !
ତୋ ମହୋଦଧି ତୋର ଭୂମଣ୍ଡଳ ଚାହିଁଲେ ଜଗାରେ
ତୋ ବେଦୀ ମଣ୍ଡପେ ହୁଅନ୍ତା ନା କି ଦେବସ୍ନାନ !
ଭକ୍ତ ପାଇଁ ହେଉ ଭକ୍ତ ବତ୍ସଳ ତୁହି ବାହାରକୁ ଆସିବା ପାଇଁ
୧୦୮ ଗରା ପାଣିରେ ଗାଧେଇ ମୁରୁକି ହସୁ ଥାଉ ତୁହି !
ବିଚିତ୍ର ଲୀଳାରେ ଲୀଳାମୟ
ତୋ ଲୀଳାରେ ନାହିଁ ଅବସାଦ !
ଭକ୍ତ ପାଇଁ ଅନୁରାଗୀ ଅନୁଭବୀ ଭକ୍ତ ବତ୍ସଳ ତୁହ
ସେ ପାଇଁ ଭକ୍ତ ର ଭିନ୍ନ ନାମରେ ଜଣାଯେ ତୁହି !
ତୋ ମୁରୁକି ହସକୁ ଦେଖି ଜାଗାରେ
ମନ ମୋହ ହୋଇ ଭାବରେ ଯାଏ ବୁଡି !
ସହସ୍ର ନାମ ଯେ ତୋର କରୁଣା ସାଗର
କି ନାମେ ଡାକିବି କହ ହେ ଭାବ ସାଗର !
ସମଗ୍ର ସୃଷ୍ଟିର କର୍ତା ଧର୍ତ୍ତା ତୁମ୍ଭେ
ତୁମ ବିନା ଆଦେଶରେ ମହି ମଣ୍ଡଳ ନ ଚଳେ !
ପୁଣି ରଥେ ବିରାଜି ମୁରୁକି ହସରେ
ଦେଖା ଦେବ ପ୍ରଭୁ ଜଗତ ବାସୀଙ୍କୁ ନାନା ଭଙ୍ଗୀରେ !
ଭାଗ୍ୟମୋର ଥିବ ଯଦି ଦେଖିବି ତୋତେ ଚକାନୟନ
ତୁମ୍ଭ ପାଖେ ମୋର ସାଷ୍ଟାଙ୍ଗ ପ୍ରଣାମ !
ହେ ଚକାନୟନ ହେ ନାଟୁଆ ଠାକୁର
ତୁମେ ସେହି ନାରାୟଣ ଆଉ ତୁମେ ସେହି ରାମ !
*********#########*********
