Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhu Mita

Inspirational Others

3  

Madhu Mita

Inspirational Others

ବର୍ଣ୍ଣାଳୀ

ବର୍ଣ୍ଣାଳୀ

1 min
240



ଗୋଲାପ ମନ୍ଦାର

ଅଛି କନିଅର..

ଜୁଇ ଜାଇ ଚମ୍ପା..

ସାଙ୍ଗରେ ଟଗର..

ଭଳିକି ଭଳି ଏ ଫୁଲ ଗହଣରେ..

କୁହଇ ବଗିଚା..

ଦେଖ..ମୁଁ କେତେ ଯେ ସୁନ୍ଦର..!!


ଧେତ୍..

ବାଦଲ ରହିଛି..

ବିଜୁଳି ଚମକେ..

ଖରା ବର୍ଷା ଶୀତ

ହେମନ୍ତ ବସନ୍ତେ..

ରଖିଛି ମୋ ଦେହେ ଯେତେ ସବୁ ରଙ୍ଗ..

ପ୍ରକୃତି ମୁଁ..

ଋତୁ ଆବର୍ତ୍ତନେ ପ୍ରକାଶେ ନିରନ୍ତେ..!!


ଥାଉ..

କଳା ଧଳା ନୀଳ..

ସବୁଜ ଧୂମାଳ..

ପୀତ କି ଲୋହିତ..

ଆନ ରଙ୍ଗ ଯେ ସକଳ..

ଧରି ରଖି ମୋ ବକ୍ଷରେ ହେଇଛି..

ଇନ୍ଦ୍ରଧନୁ ମୁଁ.. 

ବର୍ଣ୍ଣ ସବୁ ସତେ ମୋ ଠାରେ ଚଞ୍ଚଳ..


ସ୍ନିଗ୍ଧ ହାସ୍ୟେ ସେ ସଧୀରେ ଭାସିଲା..

ଜୀବନ ନିଜକୁ ନିଜେ ଚିହ୍ନେଇଲା..

ହସ କାନ୍ଦ ପ୍ରେମ ଘୃଣା ଅଛି ଏଠି..

ଭଲ ମନ୍ଦ ଗୁଣ ରଖିଛି ଏକାଠି..

ଥିଲେ ଥାଉ ପଛେ ରୂପ ରଙ୍ଗ ବର୍ଣ୍ଣ..

ଜୀବନ ନ ଥିଲେ ସବୁ କିଛି ଶୂନ୍ୟ..

ତେଣୁ ମୁଁ ବର୍ଣ୍ଣାଳୀ.. ଜୀବ ଦେହେ ବ୍ରହ୍ମ..

ହୃଦେ ଶାନ୍ତି ଭରି..ସର୍ବେ କର କର୍ମ…!!



Rate this content
Log in

Similar oriya poem from Inspirational