ବୃକ୍ଷ ନୁହେଁ ଏତ ମହୋଷଧି
ବୃକ୍ଷ ନୁହେଁ ଏତ ମହୋଷଧି
ପରିବେଶ ପାଇଁ ଗଛର ଭୂମିକା
ଅତ୍ୟନ୍ତ ଗୁରୁତ୍ବ ପୂର୍ଣ୍ଣ
ପରିବେଶ ସୁସ୍ଥ ସୁନ୍ଦର ରଖିବା
ଏହା ମାନବ ର ଧର୍ମ ।
କିଛି ଗଛ ଥାଏ ଦୋଷ ନିବାରକ
ଲଗା ଯାଏ ବାଡ଼ି ଘର
ସେ ଗୁଡ଼ିକୁ ଦେବ ବୃକ୍ଷ କୁହାଯାଏ
କରି ଥାନ୍ତି ଉପକାର ।
ଦେବତା ଭାବରେ ପୂଜା ପାଇ ଥାନ୍ତି
କରିଲେ ବୃକ୍ଷ ରୋପଣ
ମାନବ ଶରିରୁ ସବୁ ତୋଗ ବ୍ୟାଧି
ଦୂର ହୋଇଯିବ ଜାଣ ।
ଆଶୋତଥ୍ ବୃକ୍ଷ ର ଔଷଧୀୟ ଗୁଣ
କୁହାଯାଏ କଳ୍ପ ବୃକ୍ଷ
ଅସାଧ୍ୟ ରୋଗ ର ଉପଶମ ମିଳେ
ମାନବ ହୁଏ ଆସୋସ୍ଥ ।
ଗୀତାରେ ବର୍ଣ୍ଣିତ ଭଗବାନ କୃଷ୍ଣ
ବୃକ୍ଷ ରୂପେ ଆଶୋତଥ୍
ଏହାର ମୂଳରେ ବ୍ରହ୍ମା ଅବସ୍ଥିତ
ମଧ୍ୟ ରେ ବିଷ୍ଣୁ ବିଦିତ ।
ଅଗ୍ର ଭାଗେ ମହାଦେବ ଙ୍କ ର ବାସ
ଆଶୋତଥ୍ ବୃକ୍ଷ ନମସ୍ୟ
ବିଷାକ୍ତ ଗ୍ୟାସ୍ କୁ ଗ୍ରହଣ ସହିତ
ତ୍ୟାଗେ ଅମ୍ଳଜାନ ଗ୍ୟାସ୍ ।
ବଟ ବୃକ୍ଷ ପୁଣି ଶିବ ଙ୍କ ସ୍ଵରୂପ
ଶିବ ଦର୍ଶନେ ସମାନ
ଏ ବୃକ୍ଷ ରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର
କରି ଛନ୍ତି ଅବସ୍ଥାନ ।
ବଟ ବୃକ୍ଷ ମୂଳେ ସତ୍ୟବାନ୍ ଙ୍କର
ସେ ଦିନ ସାବିତ୍ରୀ ଭିକ୍ଷା
ଯମ ରାଜା ଙ୍କ ଠୁଁ ପୁନର୍ଜୀବିତରେ
କରି ଥିଲେ ତାଙ୍କୁ ରକ୍ଷା ।
ପରିବେଶ ପାଇଁ ଇ ଗଛ ରୋପଣ
ଏକାନ୍ତ ରେ ଆବଶ୍ୟକ
ବାତ ପିତ ଏବଂ କଫର ଦାଉ ରୁ
ମାନସିକ ଶାନ୍ତି ପ୍ରାପ୍ତ ।
ହିନ୍ଦୁ ଧର୍ମ ପ୍ରଚଳିତ ପ୍ରଥା ଏବେ
ବଟ ଅଶ୍ୱତ୍ଥ ବିବାହ
ବୃକ୍ଷ ତଳେ ପୁଣି ସମାଧିସ୍ଥ ହୋଇ
ଧ୍ୟାନ ମାଗ୍ନେ ଥାନ୍ତି ଶିବ ।
