STORYMIRROR

Pradeep Bandha

Tragedy

3  

Pradeep Bandha

Tragedy

ବୋଉ

ବୋଉ

1 min
2.9K



ବିନ୍ଦୁରୁ ବିସର୍ଗ ଓମ୍ ରେ ଆରମ୍ଭ

ତୁମେ ମୋର ହସ୍ତାକ୍ଷର

ତୁମେ ମୋ ସିଲଟ ତୁମେ ଚାଟଶାଳୀ

ବ୍ରହ୍ମା ବିଷ୍ଣୁ ମହେଶ୍ୱର,


ଗୁରୁଣ୍ଡିବା ଠାରୁ ହାତଧରି ମୋତେ

ବାଟ ଚାଲି ଶିଖେଇଛ

ଅରଣା ମଇଁଷି ବୁଢ଼ୀ ଅସୁରୁଣୀ

ଇତ୍ୟାଦି ଗପ କହିଛ,


ଆଜି ସେହି ଗପ ପଢିଲା ବେଳେ ମୁଁ

ନିଜକୁ ବଡ଼ ମଣୁଛି

ଯେ ବି ଲେଖିଛି ସେ ଗଳ୍ପର ଗାଳ୍ପିକ

ତାକୁ ବି ନିତି ଝୁରୁଛି,


ସୁନା ଫରୁଆରୁ ଭଅଁର ଆସିବ

ଶୋଇପଡ ବାପଧନ

ବୁଢୀ ଅସୁରୁଣୀ ସଭିଙ୍କୁ ଖାଇଛି

ଆସିଲାଣି ଡେରି କାନ,


ଏ ସବୁକୁ ଶୁଣି ଡରରେ ତ କେବେ

ଶୋଇଯାଏ ମନେନାହିଁ

ମିଠା ପଣତର ପାପୁଲି ରେଖରେ

ଦିଏସେ ମୋତେ ଲୁଚାଇ,


ଅତୀତକୁ ଭାବି ଏବେବି ଶୋଇନି

ଆଖିରୁ ହଜିଛି ନିଦ

ବୋଉ ସ୍ନେହ ଭାରି ମନେପଡେ ଆଜି

ସ୍ତ୍ରୀ ଯେବେ କରେ ବାଦ,


ବୋଉର ଆସନ ତୁମେ ଯେବେ ନେବ

ସନ୍ତାପି ହେବ ଶୁଣିଥା

ତୁ କାଁହୁ ବୁଝିବୁ ବୋଉ ଶବ୍ଦ କ'ଣ

ସେ ଆଖି ମୁଁ ତା

ଆଖିପତା,



ପ୍ରଦୀପ ବନ୍ଧ ,ଭଦ୍ରକ, ବାସୁଦେବପୁର, ରାଜଘରପୋଖରୀ,

ସାନମାଛୁଆଘାଇ,

ମୋ--୮୦୭୨୭୮୩୨୨୦,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy