Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Inspirational

3  

Debabrata Mishra

Inspirational

ବୋଉ ହସିଲେ

ବୋଉ ହସିଲେ

1 min
226



ଥରହର ହୁଏ ଏ ଶରୀର ଓ ମନର ଅବନୀ

ଛଳଛଳ ହୋଇଯାଏ ଏ ନିଷ୍ଠୁର ଦୁଇ ନୟନ,

କିଛି କ୍ଷଣ ଦୁର୍ବଳ କରିଦିଏ ତା' ଲୁହଟୋପା

କଷ୍ଟ ଲାଗେ ନିଜକୁ ଲୁହକୁ ରଖି ଗୋପନ,

ବୋଉ କାନ୍ଦିଲେ.......

ହଜିଯାଏ ବୁଦ୍ଧି ଭାଙ୍ଗିଯାଏ ନିରବ ପାହାଡ଼

କ୍ରୋଧର ବହ୍ନି ଜଳିଯାଏ ଅନ୍ତରେ ଅନ୍ତରେ,

କାରଣ ଖୋଜେ କିଏ ସେ କାରଣ ଅଶ୍ରୁର

ଭାବ ବିହ୍ୱଳିତ ପ୍ରଶ୍ନ ଲୁହ କାହିଁ ସେ ଆଖିରେ,

ବୋଉ କାନ୍ଦିଲେ........

ନା ଭୋକ ହୁଏ ନା ଆସେ ଆଖିକୁ ନିଦ

ସକାଳ ବି ଅନ୍ଧକାର ରାତି ପରି ଲାଗେ,

ହସିବାର ସୁଖର ମୂଳ କାରଣ ହଜିଯାଏ

ହସୁ ସେ ତେଣୁ ପ୍ରଭୁ ପାଶେ ଭିକ୍ଷା ମାଗେ,

ବୋଉ କାନ୍ଦିଲେ.........

ସାରା ସଂସାରର ସୁଖ ମିଛ ତୁଚ୍ଛ ଲାଗେ

ଲାଗେ ସତେ ପ୍ରକୃତି କାନ୍ଦୁଛି ଏକାକୀ,

ମନକୁ ପ୍ରଶ୍ନ ଆସେ ତୁ ନୁହେଁ ତ କାରଣ

କର୍ତ୍ତବ୍ୟରେ କିଛି ରହିଗଲା କି ବାକି...।



Rate this content
Log in

Similar oriya poem from Inspirational