Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Inspirational

4  

Debabrata Mishra

Inspirational

ବୋଉ ଏକ ବିସ୍ମୟ

ବୋଉ ଏକ ବିସ୍ମୟ

1 min
267



ବୋଉ... 

ମୋ' ଶବ୍ଦ ଶରୀରର ସେ ପ୍ରାଣ

ମୁଁ ରୋଗ ହେଲେ ସେ ନିରାକରଣ

ମୋର ଭୟର ସେ ବୀର ହନୁମାନ ଉଚ୍ଚାରଣ

ମୋ' ଅକ୍ଷରର ସେ ବିନ୍ଦୁ ବିସର୍ଗ ଓ ବ୍ୟାକରଣ  


ବୋଉ... 

ମୁଁ ବିଷୟ ହେଲେ ସେ ବିସ୍ମୟ

ମୋ' ଜୀବନ ସଙ୍ଗୀତର ସେ ଶାସ୍ତ୍ରୀୟ ଲୟ

ମୋ' ଅସ୍ତ ବ୍ୟସ୍ତ ଭାବନାର ସେ ସୁସ୍ଥ ଉଦୟ

ମୁଁ ସଂଘର୍ଷରତ ସୈନିକ ତା' ଆଶିଷେ ହେବି ଅଭୟ  


ବୋଉ... 

ମୋ' ଶିକ୍ଷାର ଶିକ୍ଷୟିତ୍ରୀ ଗୁରୁ ସେ ଦୀକ୍ଷାର

ମୁଁ ନିମିତ୍ତ ମାତ୍ର ସବୁ ସଂସ୍କାରର ସେ ଆରମ୍ଭ ମୋର

ମୁଁ ଅହଂର ଦୋକାନ ସେ ସ୍ୱାଭିମାନର ଆନନ୍ଦ ବଜାର

ମୋର ଜିତିବାର ପଣ ଶୂନ୍ୟ ସେ ଜିତାଇ ଜିତାଇ ପୂଣ୍ୟଘର  


ବୋଉ... 

ମୁଁ ଆକାଶ ଛୁଇଁଲେ ମାଟି ବୋଉ ବସୁନ୍ଧରା

ମୁଁ ସ୍ୱାର୍ଥ ଜଙ୍ଗଲେ ଶିକାରୀ ସେ ନିଃସ୍ୱାର୍ଥ ସୂର୍ଯ୍ୟର ଖରା

ମୋର ମାଂସପିଣ୍ଡୁଳାର ମାଲିକ ସେ ମୁଁ ସଦା ଅଧୁରା  

ମୁଁ ଈଶ୍ୱରଠୁ ଖୁବ୍ ଦୂରେ ସେ ଭକ୍ତିର ଅସରନ୍ତି ପସରା। 



Rate this content
Log in

Similar oriya poem from Inspirational