STORYMIRROR

suvendu Meher

Inspirational

4  

suvendu Meher

Inspirational

ବୋଲବମ

ବୋଲବମ

1 min
306



ସରାବନର ଝକେର ପାନି

ଚାଲ ରେ ଜିମା ପାଏନ ଆନି

ଶିବର ନାଁ କେ ଜପି ।

ଜଟିଆ ବାବାର ମୁଡ଼େ ଢଲାମା

ଫୁଲେ ଦେମା ଆମେ ଢାପି ।।


ବୋଲବମ ବୋଲବମ କହି 

ଚାଲିଥିମା ଆମେ ପାଏନ ବୁହି

ଗେରୁଆ ବସ୍ତର ପିନ୍ଧି ।

ମନ ଚିତ କେ ଏକ କରମା

ଭାବେ ହେମା ତାର ବାନ୍ଧି ।।


ଦଳ ଦଳ ଭକତ ରକମ ରକମ

ଖାନା ଦେଉଥିବେ କରି ଧରମ

ପୁଇନ ଟିକେ ହେବା ବଲି ।

ସମାର ଦିନେ ପାଏନ ଢଲାଲେ

ବାବା ସୁନବେ କାନ ଖୁଲି ।।


ହର ହର ବମ ଭୋଲେନାଥ

ତ୍ରିସୁଲଧାରି ହେ ଲୋକନାଥ

ଟିକେ ରଖିଥିବ ହେତୁ ।

ଜିବନ ଭିତରେ ତମର ହେଇ

ମୋର ଦିନକାଲ ବିତୁ ।।



Rate this content
Log in

Similar oriya poem from Inspirational