STORYMIRROR

Madhusmita Prusty

Tragedy Others

3  

Madhusmita Prusty

Tragedy Others

ବଣମଲ୍ଲୀ

ବଣମଲ୍ଲୀ

1 min
246


ଗହନ ବନରେ ଝାଡ଼ ବୁଦାମୂଳେ

ପରିଚୟ ହୀନ ବୋଲି, 

ବାସ ମୋ ମହକୁ ଥାଏ ଚତୁର୍ଦିଗେ 

ମୁଁ ସିନା ବଣମଲ୍ଲୀ |


ମୋପରେ ପଡ଼େନି କାହାର ନଜର 

ଅତି ନିରୀମାଖି ଟିଏ, 

ବଣ ମୁଲକରେ ଫୁଟି ଝଡ଼ିଯାଏ 

ତୋଳିବା ଆଗରୁ କିଏ | 


ଏବେବି ସମାଜେ କେତେ ବଣମଲ୍ଲୀ 

ରହିଛନ୍ତି ଗୋପନରେ, 

ନଜର ଆଡେଇ ଦେଖ ତାଙ୍କୁ ବାରେ 

ଝାଡ଼ିବା ଆଗରୁ ଥରେ |


ଅଭାବ ସଂସାର ଉଚ୍ଚଶିକ୍ଷା ଆଶା 

ପୂରଣ ହୁଏନି ସିନା, 

ସହାୟତା ହାତ ବଢ଼େଇତ ଦେଖ 

ଅଣଦେଖାଟି କରନା |


ବଡଘର ଥାଟ ବସ୍ତ୍ର ପରିପାଟୀ 

ନାହିଁ ସିନା ତା ଭାଗ୍ୟରେ, 

ସଂସ୍କାର ସୁନାମ ଅର୍ଜନ କରିବେ 

ସୁଯୋଗତ ଦିଅ ଥରେ |


ତୁମେ ସିନା ଦିଅ ମିଛ ପ୍ରତିଶୃତି 

ମିଛ ବଂଚିବାର ରାହା, 

କରୁଣ ନୟନେ ଚାହିଁ ଦେଖ ଥରେ 

କେତେ ସ୍ୱପ୍ନ ମନେ ଆହା 


ତୋଳିନିଅ ଥରେ ବଣ ମୁଲକରୁ 

ଧନ୍ୟ ହେଉ ତା ଜୀବନ, 

ବଂଚିବାର ଅଧିକାର ଦିଅ ତାକୁ 

ପୂରଣ କର ତା ସ୍ୱପ୍ନ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy