STORYMIRROR

Krushna Chandra Lenka

Classics Inspirational Children

4  

Krushna Chandra Lenka

Classics Inspirational Children

ବନ୍ଧୁତ୍ୱର ପରିଭାଷା

ବନ୍ଧୁତ୍ୱର ପରିଭାଷା

1 min
324

ସୁଖେ,ଦୁଃଖେ, ଶୋକେ ସଦା ରହିଥାଏ,

ମାନ ଅଭିମାନେ ଦୂରେଇ ନଯାଏ।

ରକ୍ତ ବନ୍ଧନଠୁଁ ନିବିଡ଼ ଯେ ଅତି,

ସେନେହ ଶରଧା ପ୍ରେମେ ଯାଏ ବିତି।

ହୃଦ ବାଣୀ ମିତ ବାଣ୍ଟଇ ତା' ସାଥେ

ତାଠୁଁ କେ' ନୁହଁଇ ବିଶ୍ୱାସୀ ଯେ ଏତେ।

ଶ୍ରୀକୃଷ୍ଣ ସୁଦାମ ବନ୍ଧୁତା ଯେ କହେ,

ସେଭଳି ବନ୍ଧନ ସ୍ୱାର୍ଥ ପାଇଁ ନୁହେଁ।

ସଖା ଉପଦେଶ ସଦା ଅଟେ ହିତ,

ସେ ସମ୍ପର୍କ ପଥ ନୁହେଁ କଣ୍ଟକିତ।

ମିତ ପରା ସିଏ ମଙ୍ଗଳ ଚିନ୍ତଇ,

ତା'ପାଇଁ ସଙ୍ଗାତ ଅସାଧ୍ୟ ସାଧଇ।

ବିଶ୍ୱେ ଯା'ର ଥାଏ ବିଶେଷ ଥାନ,

ତା'ସମ କେ' ହେବ ତିଳେ ସମାନ।

ଆଗେ ବଢ଼ିବାରେ ପ୍ରେରଣା ଯୋଗାଇ,

ବିପଦେ ଆପଦେ ସାହସ ଦିଅଇ।

ନୁହଁଇ ସେ ସ୍ୱୟଂ ପରିବାର ଜନ,

ଆପଣାଠୁଁ ବଳି ଅଟଇ ମହାନ।

ବିଶେଷ ନମୁନା ଗୀତା ଭାଗବତେ,

ବନ୍ଧୁତ୍ୱର ଭାଷା ପ୍ରକାର ଏମନ୍ତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics