STORYMIRROR

kamal kumar dash

Abstract Inspirational

3  

kamal kumar dash

Abstract Inspirational

ବନ୍ଧୁ

ବନ୍ଧୁ

1 min
11.7K

         

ଜୀବନ ବାଟରେ  ମିଳିଗଲେ ଥରେ

    ମନ ଲାଖି ବନ୍ଧୁଟିଏ

ଜୀବନରେ ଆମ  ରଙ୍ଗ ଭରିଯାଏ 

   ହସି କି ହସାଉ ଥାଏ (1)

କେବେ ଭାଈ ହୋଇ ସାଥିରେ ଚାଲେସେ  

    ଦୁଃଖରେ ସାହସ ଦିଏ

ପାଖରେ ବସାଇ    ବୁଝାଇ ଦିଏସେ

     ଆଖି ଲୁହ ପୋଛି ଦିଏ (2)

ହୃଦୟର କଥା    ହସତଳ ବ୍ୟଥା

   ନକହି ସେ ବୁଝି ଯାଏ

କେବେ ରାଗିଯାଇ   ରୁଷି ଚାଲିଯାଏ

   ହସି ଫୁଣି ଆସି ଯାଏ (3)

ଅନ୍ତରର କଥା     କହି ହୁଏ ତାକୁ

    ତା କାନ୍ଧ ରେ ମୁଣ୍ଡ ରଖି

ଆପଦେ ବିପଦେ   ସାହା ହୋଇ ଆସେ

    ଦୂରୁ ମୋର କଥା ରଖି (4)

ଜୀବନ ବାଟରେ     ଅତି ଆପଣାର

     ତାପରି ଆଉକେ ନାହିଁ

 ଦୁଃଖରେ ଖୁସିରେ   ମୋପାଖରେ ଥାଏ

    ହାତେ ମୋର ହାତ ରଖି (5)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract