STORYMIRROR

Bidyadhar Sethi

Tragedy

3  

Bidyadhar Sethi

Tragedy

ବଳିଦାନ

ବଳିଦାନ

1 min
227

କାଶ୍ମୀର ହେଉ ଅବା ଫୁଲ୍ଓ୍ବାମା ଭୂଇଁ

ଜଘନ୍ୟ ଏ ଆତଙ୍କର କୁତ୍ସିତ ଚେହେରା

ନାଲି ତାଜା ରକ୍ତଛିଟା ଏଯାଏ ଲିଭିନି

ରକ୍ତରେ ରଞ୍ଜିତ ସେହି ଫୁଲ୍ଓ୍ବାନା ମାଟି

ଗୁମୁରି ଗୁମୁରି ଝୁରେ ବୀର ପୁତ୍ର ଗାଥା

ଲେଖିବାକୁ ଇତିହାସ ବିଦୀର୍ଣ୍ଣ ବୁକୁରେ

ଶହୀଦର ତାଜାରକ୍ତ ପୁଳାପୁଳା ମାଂସ

କେମିତି ସହିବ କୁହ ମର୍ମସ୍ପର୍ଶୀ ବ୍ୟଥା...!


ଭିଟାମାଟି ଝୁରେ ପୁଣି ବାହୁନି ବାହୁନି

ହୃଦୟ ବିଦାରି କାନ୍ଦେ ଜନ୍ମଦାତ୍ରୀ ମାଆ

ଫେରିବକି ଗଲା ପୁତ୍ର ମାଆର କୋଳକୁ

ଜହ୍ନମାମୁଁ ତୋଳି ଆଣି ଦେବ ତା' ହାତରେ

ଆଖି ଲୁହ ପୋଛିଦେବ ପଣତକାନିରେ ।


ବିଧିର ନିୟମ ସତେ ଏ କି ବିଡମ୍ବନା

ବ୍ୟର୍ଥ ହେବନାହିଁ କେବେ ଆତ୍ମ ବଳିଦାନ

ଡହଡହ ଜଳିଲାଣି ପ୍ରତିଶୋଧ ନିଆଁ

ରକ୍ତ ମାଗେ ରକ୍ତବିନ୍ଦୁ ଦୁର୍ବାର ଆହ୍ବାନ

ରକ୍ତ ମାଗେ ରକ୍ତବିନ୍ଦୁ ଦୁର୍ବାର ଆହ୍ବାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy