STORYMIRROR

Pranati Panda

Tragedy

3  

Pranati Panda

Tragedy

ବଳାତ୍କାରୀ ଚଣ୍ଡାଳ

ବଳାତ୍କାରୀ ଚଣ୍ଡାଳ

1 min
193


ସମାଜ ଏବେ'ବି ନୁହେଁ ଯଥେଷ୍ଟ ଶିକ୍ଷିତ

ସମାଜରେ ଏବେ ବି କୋମଳ ଶିଶୁ, କିଶୋରୀ କନ୍ୟା ଭୁଲୁଣ୍ଠିତ

ସମାଜରେ ଏବେ'ବି ନର ମାଂସ ଲୋଭୀ ଲୋଲୁପ ଦୃଷ୍ଟି ଘୁରି ବୁଲୁଛନ୍ତି ସହରର ଗଳି ରାସ୍ତାରେ!

ମା ’ର ପଣତ ଆଉ ତା କୋମଳ ଉଷ୍ମତା ଅନୁଭବ କରିବା ଆଗରୁ

କାଳ ବୈଶାଖୀର ପ୍ରଚଣ୍ଡ ପ୍ରବାହ

ମୃତ୍ୟୁର ସଂଜ୍ଞା ଜାଣିବା ଆଗରୁ

ବଳାତ୍କାରୀ ଚଣ୍ଡାଳର ନିଷ୍ଠୁର ,ନିର୍ମମ 

ଅବାଞ୍ଛିତ ଧର୍ଷଣ ....

ଲିଭେଇ ଦେଲା କୋମଳ ଚପଳମତି ଶିଶୁ କନ୍ୟାର ନିଷ୍ପାପ ପରାଣ !

ଓଃ କି ବିଭତ୍ସ ବଳାତ୍କାର!

ଭୁଲୁଣ୍ଠିତ , ସରମର ଭୋଜ୍ୟ

ସମ୍ପର୍କର ପବିତ୍ରତାକୁ କରିଛି କ୍ଷୁର୍ଣ୍ଣ

କିଏ ଅବା ଆସିବ ତାର ମଳିନ ରକ୍ତାକ୍ତ ବସ୍ତ୍ରଟିକୁ ପରିଷ୍କାର କରିବା ପାଇଁ

ଲିଭିଯାଇଛି କ୍ଷୁଦ୍ର ଜୀବନ ସଳିତାଟି

ଆଉ କେବେ ପୂଜା ପାଇବ ନାହିଁ ଦେବତା ମନ୍ଦିରେ

ତିନି ବର୍ଷର ନିରୀହ ପରାଣ ଆଉ କେବେ କଣ ଫେରି ଆସିବ ଖିଲି ଖିଲି ହୋଇ ହସିବାକୁ ,

ଚୀର ଇପ୍ସିତ ମମତାର କୋମଳ ସ୍ପର୍ଶ ଟିକେ ପାଇବାକୁ ,

ନା ନା— ପଡ଼ିଗଲା ପୂର୍ଣ୍ଣଚ୍ଛେଦ!

ସତରେ କଣ ଆଜିର କିଛି ବିକୃତ ମାନସିକତା ନର ମାଂସ ଲୋଭୀ ବ୍ୟକ୍ତିର ଲୋଲୁପ ଦୃଷ୍ଟିର ହୋଇପାରିବ ଅନ୍ତ ?

ସତରେ କଣ ଟ୍ଵିଙ୍କଲ୍ ପରି ଅସଂଖ୍ୟ କୋମଳମତି ଶିଶୁ କନ୍ୟାଙ୍କୁ ମିଳିପାରିବ

ନିର୍ଭୟରେ ଘୁରି ବୁଲି ସ୍ଵାଧୀନ ଭାବରେ ବଞ୍ଛିବାର ଅଧିକାର?

କବିତା ଆଜି ନୀରବି ଯାଇଛି

ବୁକୁଭରା ଅବ୍ୟକ୍ତ ବେଦନା ମୋର ,

ସବୁ କିଛି ଝାପ୍ସା ଝାପ୍ସା

ବିଚାର ଆଜିର ଆଧୁନିକ ସମାଜର....।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy