ବଳାତ୍କାର
ବଳାତ୍କାର
କେଉଁଠୁ ଆରମ୍ଭ କେଉଁଠୁ ଶେଷ
ରହିଗଲା ଆଉ କ'ଣ ଅବଶେଷ
ପାପିର ହୁଏ ସୁ ବିଚାର
ଏଇ ମୋର ହୃଦୟର ତ୍ରାସ ।
ଅସୁରକ୍ଷିତ ଅବଳାର ପ୍ରାଣ
ନିଗାଡି ବସିଛି ଲୋଲୁପ ନୟନ
ନାରୀ ପାଦ ଶଦ୍ଦକୁ ଅପେକ୍ଷା
ଲାଳାୟିତ କଳୁଷିତ ମନ ।
ମାୟା ଇନ୍ଦ୍ରଜାଲର ସୁପାତି
ଅଶ୍ଳୀଳ ବାସନାରେ ରତି
ଶୋଷିବାକୁ ଇଜ୍ଜତର ଲହୁ
ପରିତ୍ୟକ୍ତ ଅଭିଶାପ ଭୀତି ।
କୋମଳ କଣ୍ଠରୁ ଚିତ୍କାର
ବିଦାରକ ନିର୍ମମ ନିଷ୍ଠୁର
ଦୁଃଶାସନ ଅକ୍ତିଆରେ କୃୃଷ୍ଣା
ପଣ ବନ୍ଦୀ ପାଞ୍ଚ ପତି ନତ ଶିର ।
ସ୍ଵାର୍ଥପର ଦୁୁୁନିିଆଁରେ
ଉଲଗ୍ନ ସେ ଅବିଚାରେ
ଖବରକାଗଜ ଆଦ୍ୟ ପୃୃଷ୍ଠା
ଛବି କୁୁୁହେ ଲଜ୍ୟା ଆଜି ମରେ ।
