STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ବିତିଗଲା ବର୍ଷ

ବିତିଗଲା ବର୍ଷ

1 min
285


ଅଦୃର୍ଶ୍ୟ ରୋଗର ଯନ୍ତ୍ରଣା କୁ ଦେଇ

  ବିତିଗଲା ବର୍ଷ ଏବେ,

ତାହା ପାଇଁ ଦେଶ ଆତ୍ମନିର୍ଭରଟି

  ଟିକା ଲାଗୁ ଅଛି ଏବେ।  


ସ୍କୁଲ ଓ କଲେଜ ଶିକ୍ଷା ଅନୁଷ୍ଠାନ

  ବନ୍ଦ ପଡ଼ି ଅଛି ଏବେ,

ସର୍ବୋପରି ହେଲା ଡିଜିଟାଲ ଶିକ୍ଷା

  ଶିକ୍ଷା ମିଳୁ ଅଛି ଏବେ।


ସର୍ବୋତ୍ତମ ହେଲା ଶିକ୍ଷାର ମାଧ୍ୟମ

  ନୂଆ ଭାରତର ଶିକ୍ଷା,

ଆଦରେ ପଢ଼ନ୍ତି ଛାତ୍ରଛାତ୍ରୀ ଆମ

  ଶିକ୍ଷାନୀତ ନୂଆ ଶିକ୍ଷା।


ଅଦୁର୍ଶ୍ୟ ରୋଗ ହିଁ ଦେଲା ନିର୍ଭରତା

  ଆତ୍ମବିଶ୍ୱାସରେ ପୂର୍ଣ୍ଣ,

ବୈଜ୍ଞାନିକ ଏବେ ନୂଆ ଆବିଷ୍କାରେ

  ବିଶ୍ବାସରେ ପରିପୂର୍ଣ୍ଣ।


ଭ୍ରଷ୍ଟାଚାରୀଙ୍କର ଭ୍ରଷ୍ଟ ପ୍ରବୃତ୍ତିର

  ହେଉ ଅଛି ଅନ୍ତ ଏବେ,

ହେଲା ଡିଜିଟାଲ ସବୁ କ୍ଷେତ୍ର ଏବେ

  ଉତ୍ସାହିତ ଜନ ସର୍ବେ।


ଶତ ପ୍ରତିଶତ ଲାଭ ପାଉ ଛନ୍ତି

  ବ୍ୟାଙ୍କ ଖାତା ମାଧ୍ୟମରେ

ଭ୍ରଷ୍ଟାଚାର ନାହିଁ ନୂଆ ଭାରତରେ

  ରୁହନ୍ତି ଜନ ଖୁସିରେ।


ଅଦୁର୍ଶ୍ୟ ରୋଗଟି ନୂଆ ମନ୍ତ୍ର ଦେଲା

  ଆତ୍ମନିର୍ଭରର ପାଇଁ,

ଅର୍ଥ ବ୍ୟବସ୍ଥା ଟି ଉତ୍ସାହିତ କଲା

  ନୂଆ ଭାରତର ପାଇଁ।


ରାମଙ୍କ ମନ୍ଦିର ନିର୍ମାଣ ହେଉଛି

  ଭବ୍ୟ ଦିବ୍ୟ ଅନୁସାରେ,

ବିଶ୍ବରେ ନଥିବ ତାହା ପରି କେହୁ

  ଗୌରବ ଦେବ ବିଶ୍ବରେ।


ରାମରାଜ୍ୟ ପରି ଶାସନ ଚାଲୁଛି

  ନାହିଁ ଭେଦଭାବ ଏଠି,

ଅନ୍ନ କଷ୍ଟ ନାହିଁ ଶାସନରେ ଏବେ

  ଆନନ୍ଦ ଖୁସି ହିଁ ଏଠି।


ଶକ୍ତିଶାଳୀ ସେନା ହୁଙ୍କାର କରୁଛି

  ଶତ୍ରୁ ଦେଶ କମ୍ପି ଉଠେ,

ଦେଶ ଜୟଚନ୍ଦ ଦେଶ ଶତ୍ରୁ ଏବେ

  ଭୟଭୀତ ହୋଇ ଉଠେ।


ବିତିଗଲା ବର୍ଷ ସଂଦେଶ ଦେଲାଟି

  ଆତ୍ମନିର୍ଭରର ମନ୍ତ୍ର,

ଅଦୁର୍ଶ ରୋଗ ଭି ସଂଦେଶ ଦେଲାଟି

  ନୂଆ ଆବିଷ୍କାର ମନ୍ତ୍ର।

    

ନୂଆ ଶିକ୍ଷାନୀତ ମାତୃଭାଷା ପାଇଁ

  ଗୌରବାନିତ୍ଵ ଟି କଲା,

ଜନନୀର ଭାଷା ପଢିବେ ସମସ୍ତେ

  ସୌଭାଗ୍ୟ ଦେଶେ ଆସିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy