STORYMIRROR

Tikeshwar Sahu

Comedy

3  

Tikeshwar Sahu

Comedy

ବିଶ୍ବ ବ୍ୟଙ୍ଗ

ବିଶ୍ବ ବ୍ୟଙ୍ଗ

1 min
190


ବେଙ୍ଗ ଡେଉଁଥିଲା ବ୍ୟଙ୍ଗ କଥା କହି

ବୁଲିଗଲା ପାକିସ୍ତାନ,

ଦେଶଟା ଯାକରେ ଉଠପଡ଼ ଖାଲି

ହୁଅନ୍ତି ଇମ୍ରାନ ଖାନ୍ ।


ବେଙ୍ଗ ମୁତିଦେଲା ଭାସିଗଲା ପରା

ପାକିସ୍ତାନ ସଂସଦଟା,

ଭାସି ଯାଉ ଯାଉ ଅଟକି ରହିଛି

କୋର୍ଟ ବାଟେ ହଟହଟା ।


ଶ୍ରୀଲଙ୍କା ଦେଶରେ ପାଦ ଦେଉ ଦେଉ

ରାଜନୀତି ଅସ୍ଥିରତା,

ରାସ୍ତାରେ ହୁଅଇ ପ୍ରଜାମେଳି ପରା

ପାଟି ନାହିଁ ବାଡ଼ବତା ।


ଆକାଶଛୁଆଁ ତ ଦରଦାମ ତାର

କ୍ଷୀର ତ ଅଢ଼େଇ ଶହ,

ଚାଉଳ କେଜିକୁ ଦୁଇଶହ ନବେ

ଆଉ କାହା ଦର କହ ।


ରାଜପକ୍ଷ ରାଜ ଚଳୁନାହିଁ ଆଉ

ଦାଣ୍ଡର ଭିକାରୀ ପରି,

ଚୀନ ବସେଇଲା ବଡ଼ ଦାଣ୍ଡଟାରେ

ନାକରେ ପୂରାଇ ଡୋରି ।


ଋଷିଆ ୟୁକ୍ରେନ ଯୁଦ୍ଧ ପରିସ୍ଥିତି

ଅଣାୟତ ଅବସ୍ଥାରେ,

ବେଙ୍ଗ ଦେଖିକରି ମଣିଷଙ୍କ ଗନ୍ଧ

ପଳାଇଲା ଅକାତରେ ।


ୟୁକ୍ରେନ ସାଜିଛି ଶବର ସହର 

ପୁତି ଗନ୍ଧମୟ ଧରା,

ପୁଟିନ୍ ନୃଶଂସ ଯୁଦ୍ଧଖୋର ନୀତି

ବସିଛି ଶବରେ ପରା ।


ଦାନ୍ତ କଡ଼ମଡ଼ ବାଇଡ଼େନ ଭାଇ

ଧରିଛି ଧଉରା ବାଡ଼ି,

ସମୟ ସୁଯୋଗ ଦେଖିକି କରୁଛି

ନୀତି ତାର କଡ଼ାକଡ଼ି ।


ସବୁ ଦେଖିଶୁଣି ବେଙ୍ଗ ଫେରିଆସି

ବସିଲା ଭାରତ ଦେଶେ ,

ନରେନ୍ଦ୍ର ମୋଦିଟା ଉପାୟ ନ ପାଇ

ବସି ରହିଗଲା ଶେଷେ ।


ବେଙ୍ଗ ଡେଇଁ ଡେଇଁ ଏତେ ଦେଶ ବୁଲି

ଯାହା ବୁଝିଗଲା ଭାଇ,

ସାରା ବିଶ୍ବ ଆଜି ତତଲା କଡ଼େଇ

ବସିଛି ମରିବା ପାଇଁ ।


Rate this content
Log in

Similar oriya poem from Comedy