STORYMIRROR

Ambika Swain

Inspirational Others

3  

Ambika Swain

Inspirational Others

ବିଶ୍ୱର ଜନନୀ

ବିଶ୍ୱର ଜନନୀ

1 min
13.6K


ବିଶ୍ଵର ଜନନୀ ମା’ ଧରିତ୍ରୀ

ତୁ ଅଟୁ ବଡ ଅପାର

ଏତେ ସୁନ୍ଦର;ଭାବେ ତୋ' ରୂପ

ଗଢିଛି କେଉଁ କାରିଗର।

କେଡେ ସୁନ୍ଦର ତୋର ପରିବେଶ ତୋର

ଦେଖିବାକୁ ମନ ହୁଏ ନିରନ୍ତର,

କେତେ ଗଛଳତା, ଫୁଲ'ଫଳ, ପାଣି ପବନ

ପଶୁ, ପକ୍ଷୀ କୀଟ ଆଦି ଜନ

ଧରିଛୁ ତୋର ସୁନ୍ଦର କୋଳରେ

ନାହିଁ ତାର ପଟାନ୍ତର ।


କୋଟି କୋଟି ସନ୍ତାନ ଧରିଛୁ କୋଳରେ

କେଡେ ସୁନ୍ଦର ଭାବରେ,

କେତେ ଝଡ ଝଞ୍ଜା କରିଛୁ ବହନ

ତୋ ଛାତିରେ ପାଦ ଦେଇ ଚାଲୁଛି ଏ ଜନ

କେତେ ମାଡ ଗାଳି କେତେ ହଣକଟା

ନୀତି ଚାଲିଛି ତୋ ବକ୍ଷରେ ।


ଧନ୍ୟ ଧରିତ୍ରୀ ମା ତୋର ସହିବାର ଶକ୍ତି

କେତେ ଯେ କଷ୍ଟ ଯନ୍ତ୍ରଣା ସହୁଚୁ ତୁ ନୀତି

ତଥାପି କିଛି ଅବଶୋଷ ନାହିଁ ତୋ ମନରେ

ସମସ୍ତଙ୍କୁ ଧରି ଅଛୁ ତୋ ସୁନ୍ଦର କୋଳରେ

ସର୍ବଂସହା ଧରିତ୍ରୀ ମା’ ତୁ

ସବୁ ମଥା ପାତି ସହୁଚୁ

ଧନ୍ୟ ମା’ ତୁ ଧନ୍ୟ ତୋର ଧୈର୍ଯ୍ୟ

କେତେ ଦଡମଡି ଅଙ୍ଗେ ଲିଭାଉଛୁ।

ତିଳେ ନାହିଁ ତୋର ଅନୁଶୋଚନା

ତିଳେ ନାହିଁ ତୋର କଷ୍ଟ ଯନ୍ତ୍ରଣା

ତୋ ଠାରୁ ଶିଖି ଏ ମାନବ ମାଆ

ସହିଯାଏ କେତେ ଦୁଃଖ ଯନ୍ତ୍ରଣା ।


ବିଶ୍ୱର ଜନନୀ ତୁ ସୁନ୍ଦରରୁ ଅତି ସୁନ୍ଦର

ତୋତେ ମୋର କୋଟିକୋଟି ସମ୍ମାନ ଆଦର ।।

ଅମ୍ବିକା ସ୍ୱାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational