ବିଶ୍ୱର ଈଶ୍ୱର
ବିଶ୍ୱର ଈଶ୍ୱର
ବିଶ୍ୱର ଈଶ୍ୱର ଜଗତ ଠାକୁର
ଭକତ ଭାବରେ ବାଇଆ
ଡାକିଦେଲେ ଭକ୍ତ ଛଡାଇ ନିଏଲୋ
ହାତରୁ ଅଛଡା ନଡ଼ିଆ ।
ରୁଚେ ନାହିଁ ତାକୁ ଷାଠିଏ ପଉଟି
ବଢ଼ା ଅବଢ଼ା କୁଡ଼ିଆ
କରମା ବାଇ ର ପିରତି ଖେଚୁଡ଼ି
ଲାଗେ ତାକୁ ଭାରି ବଢିଆ
ଶବରୀ ଅଇଁଠା ଲାଗେ ତାକୁ ମିଠା
ଭାବରେ ଭାବ ବିନୋଦିଆ ।
ରଖି ଭକ୍ତମାନ କାଞ୍ଚି ଅଭିଯାନ
ହୁଅନ୍ତି ସୈନିକ କାଳିଆ
ସାଲବେଗ ପାଇଁ ରଥ ଅଟକାଇ
ବଡ଼ଦାଣ୍ଡରେ ପୁଣି ଠିଆ
ଗୋଲକ ଛାଡିକି ଭୁଲୋକ ଆସିବେ
ଡାକିଦେଲେ ମୀରା ଭଳିଆ ।