STORYMIRROR

ମହାଗାଲୁଆ ସନୁ

Tragedy

3  

ମହାଗାଲୁଆ ସନୁ

Tragedy

ବିଶ୍ୱାସ ଓ ନିଶ୍ୱାସ

ବିଶ୍ୱାସ ଓ ନିଶ୍ୱାସ

1 min
438

କେମିତି ପ୍ରମାଣ ଦେବି ସେ ପ୍ରେମିକା କୁ ସତ ବୋଲି ମୋ ପ୍ରେମ,

ଦିବସେ ହଜାରରୁ ଅଧିକା ଯାହାର ଅବିଶ୍ୱାସ ,

କେମିତି ବୁଝେଇବି ସେ ଯେ ମୋ ନିଃଶ୍ୱାସ,

କିନ୍ତୁ ବିନା ବିଶ୍ୱାସ ଆଉ ନିଶ୍ୱାସ ରେ ବାନ୍ଧି ନିଏ ଯେ ଯମ ।।


ସେତିକି ଆଜି ବି ଭଲ ପାଏ କାଲି ପରି,

 ଖାଲି ଏତିକି କି ଖୋଲି କହିପାରିନି ତାହାରି ଆଗରେ,

ନିତି ରାତି ସପନ ରେ ହେଉ କି ଭାବନା ରେ,

ଆଜି ବି ଭଲ ପାଏ ସେତିକି ନିଜର ପରି ।। 


ସେତିକି ବିଶ୍ୱାସ କରି ଥିଲି ବୋଲି ନିଶ୍ୱାସ ମୁଁ କରି ଥିଲି,

 ପରଦେଶୀ ଚଢେଇ ଟେ ତୁମେ ଜାଣି ନଥିଲି,

ହଁ ବୋଧେ କିଛି ଭୁଲ ମୁଁ କରି ଥିଲି,

ହେଲେ ତୁମେ ଯେ ବିଶ୍ୱାସ ଭାଙ୍ଗିବ ଜାଣି ନଥିଲି ।। 


କେତେ କେତେ ଦୁଃଖ ରେ ବି ତୁମ ହାତ ଧରି ଥିଲି,

ମୋତେ ଏତେ ଦୁଃଖ ଦେବ ଜାଣି ନଥିଲି,

ବୋଧେ ପ୍ରେମ ରେ ବିଚ୍ଛେଦ ମୋ ଭାଗ୍ୟ ର ଲେଖା,

କିନ୍ତୁ ତୁମେ ନାହଁ ମୋ ଭାଗ୍ୟେ ଜାଣି ନଥିଲି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy