ବିରହ ଜୀବନ
ବିରହ ଜୀବନ
ବିରହ ଜୀବନ
ତୁମେ କି ଜାଣିବ
ଯେବେ ଚୂନା ହୁଏ ସୁନା ସପନ
ଭାଙ୍ଗିଯାଏ ମନ
ହଜିଯାଏ ସୁନାଧନ
ହତ୍ୟାକରି ନିରୀହ ପରାଣ
ଅନ୍ଧାର ଆଉ,
ଅଭିଶାପକୁ କୋଳରେ ଧରି
ବିବେକକୁ ମାରି
ଇଚ୍ଛାକୁ ହୋମନିଆଁରେ ଜାଳିଦେଇ,
ଆକାଂକ୍ଷାକୁ ଜାଣିଶୁଣି ଦଳି ଦେଇ
ସାତସପନକୁ ନିଜରକରି
ଜିଇଁବାକୁ ହୁଏ
ମରିମରି ।
