Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

ନିରଂଜନ ପଧାନ

Romance


4.3  

ନିରଂଜନ ପଧାନ

Romance


💃💔🏃 ବିରହ ବେଦନା 💃💔🏃

💃💔🏃 ବିରହ ବେଦନା 💃💔🏃

1 min 212 1 min 212

ବିରହ ବେଦନା ସହି ମୁଁ ପାରେନା

କୁଆଡେ ଗଲୁ ମୋ ପ୍ରିୟା ,

ତୋ ବିନା ଆଜି ଏକା ଏକା ଲାଗେ

ମୋତେ ଏ ସାରା ଦୁନିଆଁ ॥


ଆଖି ପାଣି ମୋର ଓଠ ଯାଏ ପିଇ

ସହି ମୁଁ ପାରୁନି ଏ ବିରହ ବ୍ଯଥା ,

କୁଆଡେ ଗଲୁ ତୁ କୋଉଠି ଅଛୁରେ

ଦେଇଯା ଥରେ ହେଲେ ଦେଖା ॥


ତୋ ବିନା ଆଜି ମୋ ଦିନ କଟୁ ନାହିଁ 

ଲାଗେ ଏ ଜୀବନ ଟା ଖାଲି ଫିକା ,

ମନ ର ବେଦନା ମୋ କାହାକୁ କହିବି

ତୁ ତ ଛାଡି ଦେଇ ଚାଲି ଗଲୁ ମତେ ଏକା ॥


ସ୍ୱପ୍ନ ରେ ଆସି ମୋ ପାଶେ ଯାଉ ବସି

କହି ଯାଉ କେତେ ମିଠା ମିଠା କଥା ,

ସକାଲୁ ଉଠି ଖୋଜୁଛି , ତତେ ମୁଁ ପାଉନି

ଦେଏ ଥରେ , ଟିକେ ହେଲେ ଦେଖା ॥


ତତେ ଦେଖିବାକୁ ମନ ମୋର ହୁଏ ଛନ ଛନ 

ପାଖରେ ନାହୁଁ ତୁତ ମୋ ଫୁଲେଇ ପ୍ରିୟା ,

ଏକା ଏକା ଆଉ ଜିଇଁବାକୁ ମନ ତ ମାନୁନି

ମତେ କାଇଁ ଛାଡି ଚାଲି ଗଲୁ ଏକା ॥

ମତେ କାଇଁ ଛାଡ଼ି ଚାଲି ଗଲୁ ଏକା ॥


Rate this content
Log in

More oriya poem from ନିରଂଜନ ପଧାନ

Similar oriya poem from Romance