STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ବିନ୍ଦୁଏ ବିଶ୍ଵାସ

ବିନ୍ଦୁଏ ବିଶ୍ଵାସ

1 min
14.1K


ନୀଳକଣ୍ଠ ସାହୁ


ବିନ୍ଦୁଏ ବିଶ୍ଵାସକୁ ନେଇ

ଜୀବନ ସାରା ବାଟ ଚାଲିଛି ଯେ ଚାଲିଛି

ହେତୁ ପାଇଲା ଦିନୁ ଆଜି ଯାଏଁ

ସେ ବିଶ୍ଵାସ ଟିକକ ଉପରେ

ସ୍ଥିତ ମୁଁ, ମୋର ସବୁ କିଛି l

ତା ପାଖରେ ହଜେଇ ଦେଇଛି ମୁଁ

ସିନ୍ଧୁଏ ଆଶାର ଜୀବନ

ଅସୁମାରି ଆବେଗର ଢେର

ପୁଣି ମଥାପାତି ସହି ନେଇଛି

କୁଢ କୁଢ ତାଚ୍ଛଲ୍ୟର ଚାପା ହସ,

ମୃଦୁ ଗୁଞ୍ଜରଣ l

ତଥାପି ମୋ ଜୀଇଁବା ପଣ

ଯେମିତି ସେମିତି

ବିନ୍ଦୁ ବିସର୍ଗଟିଏ ବି

ଏପଟ ସେପଟ ହୋଇନି

ଆଦ୍ୟ ବିନ୍ଦୁରୁ ଅନ୍ତିମ ବିନ୍ଦୁକୁ

ଧାବମାନ ମୋ ଜୀବନ ଧାରା

ବାଟ ହୁଡି ନାହିଁ କେବେ

କୋଇ ମାଟିର ବାସ୍ନାରେ କି

କାହା ପ୍ରୀତିର ପାଟଳରେ l

ଏମିତିରେ

ଅନେକ ବାର ଆକ୍ତା ମାକ୍ତା

ହୋଇଛି ମୁଁ

ପାପ ପୁଣ୍ୟର ଦୋ ଛକିରେ

ନୀଳ ଜହ୍ନର ଡାକରାରେ

ହେଲେ, ମୋ ବିଶ୍ଵାସର ଭିଆଣ

ମୋତେ କରିଛି ସ୍ଥିର ଓ ସ୍ଥବିର

ମୋ ଭାଗ୍ୟ ଓ ଭବିତବ୍ୟର

ପରିଧି ଭିତରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics