Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Binodini Dash

Inspirational

4  

Binodini Dash

Inspirational

ବିଜୟା ଦଶମୀ

ବିଜୟା ଦଶମୀ

1 min
319



ଅସତ୍ୟ ଅନ୍ୟାୟ ଧ୍ବଂସି ବିଜୟାଦଶମୀ

ପ୍ରତି ଭାରତୀୟ ହିନ୍ଦୁ ହୃଦୟକୁ ଚୁମି

ସତ୍ୟ ନ୍ୟାୟ ସଂସ୍ଥାପନ

କରିବାକୁ ହୃଦେ ହୃଦେ ଦିଅଇ ଆହ୍ବାନ ।


ମହିଷା ନିଧନେ ଦେବୀ ଦୁର୍ଗା ଆବିର୍ଭୂତା 

ଦଶାୟୁଧ ଦଶହସ୍ତେ ଧରାଇ ଦେବତା

ଧରା କରାଇ ଉଶ୍ବାସ 

ଉଡ଼ାଇ ବିଜୟ ବାନା ଗର୍ବ ଦମ୍ଭ ନାଶ ।


ରଘୁକୁଳ ଶିରୀରାମ ପୂଜି ଦଶଭୂଜା

ରାବଣ ନିଧନେ ପ୍ରଭୁ ବିଜୟର ଧ୍ବଜା

ପତ୍ନୀ ସୀତା ଉଦ୍ଧାରିଣ

ସ୍ବର୍ଣ୍ଣିମ ସ୍ବାକ୍ଷରେ କୀର୍ତ୍ତି ଚିର ଅମଳିନ ।


ପ୍ରକୃତି କୋଳରେ ସ୍ବଚ୍ଛ ଶରତ ଋତୁରେ

ବିଜୟା ଦଶମୀ ପାଳି ମାତା ସ୍ବାଗତରେ

ତୋଳି ଭକ୍ତି, ସଦ୍ଭାବନା

ହରଷରେ ପୂରିଉଠେ ପ୍ରତିଟି ଅଗଣା ।


ନିଜ ନିଜ ଅନ୍ତରରୁ ଆସୁରିକ ଭାବ

ଯଦି ବିଲୋପନ କରି ପାରନ୍ତେ ମାନବ

ଏହି ଦିନର ମହତ୍ବ

ନିଶ୍ଚେ ବୁଝି ପାରୁଥାନ୍ତେ ସର୍ବେ ହୃଦଗତ ।


ନିରିମଳ ହୃଦୟର ଶାରଦୀୟ ଶୋଭା

ଆହା ! କି ଆନନ୍ଦମୟ ପ୍ରକାଶିତ ଆଭା 

ହରି ପ୍ରତି ଜନମନ

ଉଡ଼ାଇ ବି ପାରୁଥାନ୍ତା ବିଜୟ କେତନ ।



Rate this content
Log in

Similar oriya poem from Inspirational