Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy Inspirational Children

4  

KRUTIBAS NAYAK

Tragedy Inspirational Children

ବିଜୁଳି

ବିଜୁଳି

1 min
196



ଇରମ ଗାଆଁର ମେଳଣ ପଡ଼ିଆ କିଟିକିଟି ଅନ୍ଧକାର,

ଶୁଭୁନାହିଁ ଆଉ ଗାନ୍ଧୀ ଜୟଧ୍ୱନି ଚାରିଆଡ଼େ ହାହାକାର |


ସହୀଦ ରକତେ ଭିଜିଥିଲା ମାଟି ଭୟଙ୍କର ଅନୁଭବ,

ଡିବିରି ଜଳାଇ ଚିହ୍ନୁଥିଲେ ଲୋକେ ନିଜ ପ୍ରିୟଜନ ଶବ |


ପାଦ ଅଟକିଲା ବିଜୁଳି ପାଖରେ ଛାତିରେ ବାଜିଛି ଗୁଳି,

ବାନର ସେନା ସେ କିଶୋର ବାଳକ କରିଥିଲା ଜନମେଳି |


ଫାଙ୍କାଗୁଳି ମାରି କହିଲା ପୁଲିସ ଚାଲିଯାଅ ଜାଗାଛାଡ଼ି,

ଗାନ୍ଧୀ ଜୟଧ୍ଵନି ଦେଇ କେତେଜଣ ଆଗକୁ ଆସିଲେ ମାଡ଼ି |


ବାସୁଦେବପୁର ଜମିଦାର ଘରୁ ପୁଲିସ ହେଲେ ବାହାର,

ମରଣ ସେନାଏ ମର ଅବା ମାର ଡାକରା କଲେ ପ୍ରଚାର |


ଗାନ୍ଧୀ ଗୋପବନ୍ଧୁ ବାଞ୍ଛାନିଧି ବାଣୀ ଶୁଣାଉଥିଲା ସେ ପିଲା,

ପୁଲିସ ବାରଣ ନମାନି ବିଜୁଳି ଗୁଳିରେ ଜୀବନ ଦେଲା |


ଇରମ ସଂଗ୍ରାମେ କେତେ ବୀରନେତା ଗୁଳିରେ ସହିଦ ହେଲେ,

ମେଳଣ ପଡ଼ିଆ ଆମ୍ବାତୋଟାଟିକୁ ରକ୍ତତୀର୍ଥ କରିଦେଲେ |


ଧନ୍ୟ ସେ ବିଜୁଳି ସାର୍ଥକ କରିଛି ନିଜର ନାମକୁ ଯିଏ,

ନିମିଷକ ପାଇଁ ଆଲୋକ ଦେଖାଇ ଅମର ହୋଇଛି ସିଏ |


Rate this content
Log in

Similar oriya poem from Tragedy